ଅର୍ଜୁନ ଉବାଚ
କଥଂ ଭୀଷ୍ମମହଂ ସଙ୍ଖ୍ୟେ ଦ୍ରେଣଂ ଚ ମଧୁସୂଦନ ।
ଇଷୁଭିଃ ପ୍ରତିଯୋତ୍ସ୍ୟାମି ପୂଜାର୍ହାବରିସୂଦନ ।।୪।।
ଅର୍ଜୁନ ଉବାଚ- ଅର୍ଜୁନ କହିଲେ; କଥଂ-କିପରି; ଭୀଷ୍ମଂ-ଭୀଷ୍ମଙ୍କୁ; ଅହଂ-ମୁଁ; ସଙ୍ଖ୍ୟେ- ଯୁଦ୍ଧରେ; ଦ୍ରୋଣଂ- ଦ୍ରୋଣଙ୍କୁ; ଚ-ଏବଂ; ମଧୁସୂଦନ- ହେ ମଧୁସୂଦନ!; ଇଷୁଭିଃ- ଶର ଦ୍ୱାରା; ପ୍ରତିଯୋତ୍ସ୍ୟାମି- ଆଘାତ କରିବି; ପୂଜା-ଅର୍ହୌ- ଯେଉଁମାନେ ପୂଜ୍ୟ; ଅରିସୂଦନ-ହେ ଅରିସୂଦନ (ହେ ଶତ୍ରୁ ବିନାଶକାରୀ) ।
BG 2.4: ଅର୍ଜୁନ କହିଲେ, ହେ ମଧୁସୂଦନ, ହେ ଶତ୍ରୁ ବିନାଶକାରୀ! ଭୀଷ୍ମ ଏବଂ ଦ୍ରୋଣ ଯେଉଁମାନେ କି ମୋର ନମସ୍ୟ ଅଟନ୍ତି, ଯୁଦ୍ଧରେ ମୁଁ ସେମାନଙ୍କ ପ୍ରତି ତୀର ନିକ୍ଷେପ କିପରି କରିବି?
ଅର୍ଜୁନ ଉବାଚ
କଥଂ ଭୀଷ୍ମମହଂ ସଙ୍ଖ୍ୟେ ଦ୍ରେଣଂ ଚ ମଧୁସୂଦନ ।
ଇଷୁଭିଃ ପ୍ରତିଯୋତ୍ସ୍ୟାମି ପୂଜାର୍ହାବରିସୂଦନ ।।୪।।
ଅର୍ଜୁନ କହିଲେ, ହେ ମଧୁସୂଦନ, ହେ ଶତ୍ରୁ ବିନାଶକାରୀ! ଭୀଷ୍ମ ଏବଂ ଦ୍ରୋଣ ଯେଉଁମାନେ କି ମୋର ନମସ୍ୟ ଅଟନ୍ତି, ଯୁଦ୍ଧରେ ମୁଁ ସେମାନଙ୍କ ପ୍ରତି ତୀର …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
କର୍ମ କରିବା ପାଇଁ ଶ୍ରୀକୃଷ୍ଣଙ୍କ ଆହ୍ୱାନର ପ୍ରତିକ୍ରିୟା ସ୍ୱରୂପ ଅର୍ଜୁନ ପୁନର୍ବାର ନିଜର ବିଭ୍ରାନ୍ତି ପ୍ରକାଶ କରୁଛନ୍ତି । ସେ କହୁଛନ୍ତି ଯେ ଭୀଷ୍ମ ଏବଂ ଦ୍ରୋଣାଚାର୍ଯ୍ୟ ତାଙ୍କର ସମ୍ମାନ ଏବଂ ଆଦର ପାଇବା ଯୋଗ୍ୟ ଅଟନ୍ତି । ଭୀଷ୍ମ ସଂଯମର ମୂର୍ତ୍ତିମାନ ସ୍ୱରୂପ ଥିଲେ ଏବଂ ନିଜ ପିତାଙ୍କ ନିକଟରେ କରିଥିବା ପ୍ରତିଜ୍ଞା ରକ୍ଷା କରିବାକୁ ଯାଇ, ସେ ଆଜୀବନ ବ୍ରହ୍ମଚର୍ଯ୍ୟ ଧାରଣ କରିଥିଲେ । ଅର୍ଜୁନଙ୍କର ସାମରିକ ଗୁରୁ ଦ୍ରୋଣାଚାର୍ଯ୍ୟ ଯୁଦ୍ଧ ବିଜ୍ଞାନରେ ପ୍ରବୀଣ ଥିଲେ ଏବଂ ତାଙ୍କଠାରୁ ଶିକ୍ଷା ପ୍ରାପ୍ତ କରି ଅର୍ଜୁନ ଧନୁର୍ବିଦ୍ୟାରେ ପାରଦର୍ଶିତା ଅର୍ଜନ କରିଥିଲେ । ଅନ୍ୟ ଜଣେ ସମ୍ମାନାସ୍ପଦ ବ୍ୟକ୍ତି ଥିଲେ କୃପାଚାର୍ଯ୍ୟ, ଯାହାଙ୍କ ପ୍ରତି ମଧ୍ୟ ଅର୍ଜୁନ ଗଭୀର ସମ୍ମାନ ପ୍ରଦର୍ଶନ କରୁଥିଲେ । ଏହି ଯଶସ୍ୱୀ ପୁରୁଷମାନଙ୍କ ସହିତ ଶତ୍ରୁବତ୍ ବ୍ୟବହାର କରିବା, ଧର୍ମ ପରାୟଣ ଅର୍ଜୁନଙ୍କୁ ଘୃଣ୍ୟ ମନେ ହେଉଥିଲା । ସେମାନଙ୍କ ସହିତ ଯୁକ୍ତିତର୍କ କରିବା ମଧ୍ୟ ଅନୁଚିତ, ସେପରି କ୍ଷେତ୍ରରେ ଅସ୍ତ୍ର ଦ୍ୱାରା ସେମାନଙ୍କୁ ଆକ୍ରମଣ କରିବା ବିଷୟରେ ସେ କେମିତି ଚିନ୍ତା କରିବେ? ତାଙ୍କ ବାକ୍ୟର ତାତ୍ପର୍ଯ୍ୟ ଥିଲା, “ହେ ଶ୍ରୀକୃଷ୍ଣ! ଦୟା କରି ମୋର ସାହସକୁ ସନ୍ଦେହ କରନ୍ତୁ ନାହିଁ । ମୁଁ ଯୁଦ୍ଧ କରିବାକୁ ପ୍ରସ୍ତୁତ, କିନ୍ତୁ ନୈତିକତା ଦୃଷ୍ଟିରୁ ମୋର କର୍ତ୍ତବ୍ୟ ହେଉଛି ଗୁରୁଜନମାନଙ୍କୁ ସମ୍ମାନ ଦେବା ଏବଂ ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିବା ।”