ଯାମିମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତ୍ୟବିପଶ୍ଚିତଃ ।
ବେଦବାଦରତାଃ ପାର୍ଥ ନାନ୍ୟଦସ୍ତୀତି ବାଦିନଃ ।।୪୨।।
କାମାତ୍ମାନଃ ସ୍ୱର୍ଗପରା ଜନ୍ମକର୍ମଫଳପ୍ରଦାମ୍ ।
କ୍ରିୟାବିଶେଷବହୁଳାଂ ଭୋଗୈଶ୍ୱର୍ଯ୍ୟଗତିଂ ପ୍ରତି ।।୪୩।।
ଯାଂ ଇମାଂ- ଏହିସବୁ; ପୁଷ୍ପିତାଂ-ରୋଚକ; ବାଚଂ-କଥା; ପ୍ରବଦନ୍ତି- କହନ୍ତି; ଅବିପଶ୍ଚିତଂ-ଅଳ୍ପଜ୍ଞ; ବେଦ-ବାଦ-ରତାଃ -ବେଦର ରୋଚକ ଶବ୍ଦରେ ମୋହିତ; ପାର୍ଥ- ହେ ପୃଥାପୁତ୍ର; ନ ଅନ୍ୟତ୍-ଅନ୍ୟକିଛି ନାହିଁ; ଅସ୍ତି-ଅଛି; ଇତି-ଏହିପରି; ବାଦିନଃ -ମତ ବ୍ୟକ୍ତ କରିବା; କାମ-ଆତ୍ମାନଃ- ଇନ୍ଦ୍ରିୟ ସୁଖକାମନା କରୁଥିବା; ସ୍ୱର୍ଗପରାଃ-ସ୍ୱର୍ଗପ୍ରାପ୍ତିର ଲକ୍ଷ୍ୟ ରଖିବା; ଜନ୍ମ-କର୍ମ-ଫଳପ୍ରଦାମ୍-ଉତ୍ତମ ଜନ୍ମ ଆଦି ଫଳ ପ୍ରଦାନକାରୀ; କ୍ରିୟାବିଶେଷ- ଆଡ଼ମ୍ବରପୂର୍ଣ୍ଣ ଅନୁଷ୍ଠାନ; ବହୁଳାଂ-ବିଭିନ୍ନ ପ୍ରକାର; ଭୋଗ-ଇନ୍ଦ୍ରିୟ ସୁଖ-ଭୋଗ; ଐଶ୍ୱର୍ଯ୍ୟ-ଐଶ୍ୱର୍ଯ୍ୟ; ଗତିଂ-ଅଗ୍ରଗତି; ପ୍ରତି-ଅଭିମୁଖରେ ।
BG 2.42-43: ଅଳ୍ପଜ୍ଞ ବ୍ୟକ୍ତି ବେଦର ଆଳଙ୍କାରିକ ଶବ୍ଦଗୁଡ଼ିକରେ ଆକୃଷ୍ଟ ହୋଇଥାଆନ୍ତି, ଯାହା ସ୍ୱର୍ଗପ୍ରାପ୍ତି ପାଇଁ ଆଡ଼ମ୍ବର ପୂର୍ଣ୍ଣ କର୍ମ କର୍ମାଣି ବିଷୟରେ ଉପଦେଶ ଦେଇଥାଏ । ସେମାନେ ଧରିନିଅନ୍ତି ଯେ, ବେଦରେ ଏହାଠାରୁ ଉତ୍କୃଷ୍ଟ ବିଧିବିଧାନ ଉଲ୍ଲେଖ ହୋଇନାହିଁ । ସେମାନେ ବେଦର ସେହି ଅଂଶଗୁଡ଼ିକୁ ପ୍ରମୁଖତା ଦେଇଥାନ୍ତି ଯାହା ତାଙ୍କ ପ୍ରବୃତ୍ତିର ଅନୁକୂଳ ଥାଏ ଏବଂ ଉଚ୍ଚତର ଜନ୍ମ, ଐଶ୍ୱର୍ଯ୍ୟ, ଇନ୍ଦ୍ରିୟ ସୁଖ ଓ ସ୍ୱର୍ଗ ପ୍ରାପ୍ତି ପାଇଁ ସେମାନେ ଆଡମ୍ବରପୂର୍ଣ୍ଣ କର୍ମକାଣ୍ଡର ଅନୁଷ୍ଠାନ କରିଥାଆନ୍ତି ।
ଯାମିମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତ୍ୟବିପଶ୍ଚିତଃ ।
ବେଦବାଦରତାଃ ପାର୍ଥ ନାନ୍ୟଦସ୍ତୀତି ବାଦିନଃ ।।୪୨।।
କାମାତ୍ମାନଃ ସ୍ୱର୍ଗପରା ଜନ୍ମକର୍ମଫଳପ୍ରଦାମ୍ ।
କ୍ରିୟାବିଶେଷବହୁଳାଂ ଭୋଗୈଶ୍ୱର୍ଯ୍ୟଗତିଂ ପ୍ରତି ।।୪୩।।
ଅଳ୍ପଜ୍ଞ ବ୍ୟକ୍ତି ବେଦର ଆଳଙ୍କାରିକ ଶବ୍ଦଗୁଡ଼ିକରେ ଆକୃଷ୍ଟ ହୋଇଥାଆନ୍ତି, ଯାହା ସ୍ୱର୍ଗପ୍ରାପ୍ତି ପାଇଁ ଆଡ଼ମ୍ବର ପୂର୍ଣ୍ଣ କର୍ମ କର୍ମାଣି ବିଷୟରେ ଉପଦେଶ ଦେଇଥାଏ । ସେମାନେ ଧରିନିଅନ୍ତି …
Sign in to save your favorite verses.
Sign In
Navigate directly to the wisdom you seek
Start your day with the timeless inspiring wisdom from the Holy Bhagavad Gita delivered straight to your email!
ବେଦର ତିନୋଟି ବିଭାଗ ରହିଛି । ସେଗୁଡ଼ିକ ହେଲା: କର୍ମ-କାଣ୍ଡ (ବିଧିବିଧାନ ଯୁକ୍ତ ପୂଜା ଅର୍ଚ୍ଚନା) ଜ୍ଞାନ-କାଣ୍ଡ (ଜ୍ଞାନ ବିଭାଗ) ଏବଂ ଉପାସନା-କାଣ୍ଡ (ଭକ୍ତି ବିଭାଗ) କର୍ମକାଣ୍ଡ ବିଭାଗରେ ସଂସାରିକ ଐଶ୍ୱର୍ଯ୍ୟ ଏବଂ ସ୍ୱର୍ଗପ୍ରାପ୍ତି ପାଇଁ ବିଧିବିଧାନ ଯୁକ୍ତ କର୍ମଧର୍ମର ନିର୍ଦ୍ଦେଶ ରହିଛି । ଯେଉଁମାନେ ଇନ୍ଦ୍ରିୟ ସୁଖର କାମନା କରନ୍ତି, ସେମାନେ ବେଦର ଏହି ବିଭାଗର ଯଶଗାନ କରିଥାନ୍ତି ।
ସ୍ୱର୍ଗଲୋକରେ ଉଚ୍ଚକୋଟୀର ଭୌତିକ ସୁଖ ଉବଲବ୍ଧ ହୋଇଥାଏ ଏବଂ ଇନ୍ଦ୍ରିୟ ସୁଖ ଉପଭୋଗ ପାଇଁ ତାହା ଅଧିକ ସୁଯୋଗ ପ୍ରଦାନ କରିଥାଏ । କିନ୍ତୁ ସ୍ୱର୍ଗଲୋକକୁ ଉନ୍ନୀତ ହେବାର ଅର୍ଥ ଆଧ୍ୟାତ୍ମିକ ଉନ୍ନତି ନୁହେଁ । ସ୍ୱର୍ଗଲୋକ ମାୟିକ ଜଗତର ଅନ୍ତର୍ଭୁକ୍ତ, ସେଠାକୁ ଯାଇ ଜଣଙ୍କର ଗଚ୍ଛିତ ପୁଣ୍ୟ କର୍ମ ଶେଷ ହୋଇଯିବା ପରେ, ସେ ପୁନର୍ବାର ପୃଥିବୀଲୋକକୁ ଫେରିଆସେ । ଯେଉଁମାନେ ଭଲଭାବରେ ଏହା ବୁଝିନଥାନ୍ତି ସେମାନେ ସ୍ୱର୍ଗଲୋକର କାମନା କରିଥାନ୍ତି ଏବଂ ଏହା ହିଁ ବେଦର ସମ୍ପୁର୍ଣ୍ଣ ଉଦ୍ଦେଶ୍ୟ ବୋଲି ଭାବିଥାନ୍ତି । ସୁତରାଂ, ସେମାନେ ଜନ୍ମ ମୃତ୍ୟୁର ଚକ୍ରରେ ଘୂରି ବୁଲୁଥାନ୍ତି ଏବଂ ଭଗବତ୍ ପ୍ରାପ୍ତି ପାଇଁ କେବେ ବି ଯତ୍ନଶୀଳ ହୁଅନ୍ତି ନାହିଁ । କିନ୍ତୁ ଆଧ୍ୟାତ୍ମିକ ଜ୍ଞାନଯୁକ୍ତ ବ୍ୟକ୍ତି ସ୍ୱର୍ଗଲୋକକୁ କେବେ ବି ତାଙ୍କର ଲକ୍ଷ୍ୟ ଧାର୍ଯ୍ୟ କରନ୍ତି ନାହିଁ । ମୁଣ୍ଡକୋପନିଷଦ କହେ:
ଅବିଦ୍ୟାୟାମନ୍ତରେ ବର୍ତ୍ତମାନାଃ ସ୍ୱୟଂଧୀରାଃ ପଣ୍ଡିତଂ ମନ୍ୟମାନାଃ
ଜନ୍ଘନ୍ୟମାନାଃ ପରିୟନ୍ତି ମୂଢ଼ା ଅନ୍ଧେନୈବ ନୀୟମାନା ଯଥାନ୍ଧାଃ । (୧.୨.୮)
ଯେଉଁମାନେ ଉଚ୍ଚତର ଲୋକଗୁଡ଼ିକର ସ୍ୱର୍ଗୀୟ ସୁଖ ଲାଭ କରିବା ପାଇଁ ବେଦ ବର୍ଣ୍ଣିତ ଆଡ଼ମ୍ବର ପୂର୍ଣ୍ଣ କର୍ମଧର୍ମ କରନ୍ତି, ସେମାନେ ନିଜକୁ ଶାସ୍ତ୍ରର ବିଦ୍ୱାନ ବୋଲି ଭାବନ୍ତି, କିନ୍ତୁ ପ୍ରକୃତରେ ସେମାନେ ମୂଢ଼ ଅଟନ୍ତି । ଏହା ଜଣେ ଅନ୍ଧ ଅନ୍ୟ ଜଣେ ଅନ୍ଧକୁ ରାସ୍ତା ଦେଖାଇବା ପରି ଅଟେ ।