Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 4, Verse 1

ଶ୍ରୀ ଭଗବାନୁବାଚ
ଇମଂ ବିବସ୍ୱତେ ଯୋଗଂ ପୋକ୍ତବାନହମବ୍ୟୟମ୍ ।
ବିବସ୍ୱାନ୍‌ମନବେ ପ୍ରାହ ମନୁରିକ୍ଷ୍ୱାକବେଽବ୍ରବୀତ୍ ।।୧।।

ଶ୍ରୀ ଭଗବାନ ଉବାଚ- ପରମପୁରୁଷ ଭଗବାନ କହିଲେ; ଇମଂ -ଏହା; ବିବସ୍ୱତେ - ସୂର୍ଯ୍ୟଦେବଙ୍କୁ; ଯୋଗଂ -ଯୋଗ ବିଜ୍ଞାନ; ପ୍ରୋକ୍ତବାନ୍ - ଉପଦେଶ ଦେଇଥିଲି; ଅହଂ-ମୁଁ; ଅବ୍ୟୟମ୍ - ଅବ୍ୟୟ; ବିବସ୍ୱାନ୍ -ସୂର୍ଯ୍ୟ ଦେବ; ମନବେ -ମନୁ(ମାନବ ଜାତିର ପିତା)ଙ୍କୁ; ପ୍ରାହ- କହିଥିଲେ; ମନୁଃ -ମାନବମାନଙ୍କର ପିତା; ଇକ୍ଷ୍ୱକବେ- ରାଜା ଇକ୍ଷ୍ୱାକୁଙ୍କୁ; ଅବ୍ରବୀତ୍ -କହିଥିଲେ ।

Translation

BG 4.1: ଭଗବାନ ଶ୍ରୀକୃଷ୍ଣ କହିଲେ: ମୁଁ ଏହି ଶାଶ୍ୱତ ଯୋଗର ବିଜ୍ଞାନ ସୂର୍ଯ୍ୟଦେବ ବିବସ୍ୱାନଙ୍କୁ ପ୍ରଦାନ କଲି, ସେ ଏହା ମନୁଙ୍କୁ ହସ୍ତାନ୍ତରିତ କଲେ ଼ଏବଂ ତାପରେ ମନୁ ଇକ୍ଷ୍ୱାକୁଙ୍କୁ ଶିକ୍ଷା ଦେଲେ ।

Commentary

କାହାକୁ କେବଳ ଅମୂଲ୍ୟ ଜ୍ଞାନ ପ୍ରଦାନ କରିଦେଲେ ଯଥେଷ୍ଟ ହୁଏ ନାହିଁ । ସେହି ଜ୍ଞାନର ଗ୍ରହଣକାରୀ ତାହାର ମୂଲ୍ୟକୁ ଉପଲବ୍ଧି କରିବା ଏବଂ ତାହାର ସତ୍ୟତା ଉପରେ ବିଶ୍ୱାସ କରିବା ଦରକାର ତାହେଲେ ହିଁ ସେମାନେ ଏହାକୁ ବାସ୍ତବ ଜୀବନରେ ପାଳନ କରିବାକୁ ଆବଶ୍ୟକୀୟ ଉଦ୍ୟମ କରିବେ । ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପ୍ରଦାନ କରୁଥିବା ଆଧ୍ୟାତ୍ମିକ ଜ୍ଞାନର ବିଶ୍ୱସନୀୟତା ଏବଂ ଗୁରୁତ୍ୱ ପ୍ରତିପାଦନ କରୁଛନ୍ତି । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସୂଚିତ କରୁଛନ୍ତି ଯେ ଯେଉଁ ଜ୍ଞାନ ତାଙ୍କୁ ପ୍ରଦାନ କରାଯାଉଛି, ତାହା ତାଙ୍କୁ ଯୁଦ୍ଧରେ ଉତ୍ସାହିତ କରିବା ପାଇଁ ନୂତନ ଭାବେ ସୃଷ୍ଟି କରାଯାଇନାହିଁ । ଏହା ଯୋଗର ସେହି ଚିରନ୍ତନ ବିଜ୍ଞାନ ଯାହା ସର୍ବପ୍ରଥମେ ସେ ବିବସ୍ୱାନ ବା ସୂର୍ଯ୍ୟ ଦେବଙ୍କୁ ଶିକ୍ଷା ଦେଇଥିଲେ ।

ସୂର୍ଯ୍ୟ ଦେବ ଏହାକୁ ମାନବ ଜାତିର ପ୍ରଥମ ପୁରୁଷ ମନୁଙ୍କୁ କହିଥିଲେ । ମନୁ ଏହାକୁ ସୂର୍ଯ୍ୟବଂଶର ପ୍ରଥମ ରାଜା ଇକ୍ଷ୍ୱାକୁଙ୍କୁ ଶିକ୍ଷା ଦେଇଥିଲେ । ଏହା ଜ୍ଞାନର ଅବରୋହଣ ପଦ୍ଧତି ଅଟେ, ଯେଉଁ ପ୍ରକ୍ରିୟାରେ ଜ୍ଞାନ ଉପରେ ପୂର୍ଣ୍ଣ ଦକ୍ଷତା ଥିବା ବ୍ୟକ୍ତି ଜଣେ ଜିଜ୍ଞାସୁ ବ୍ୟକ୍ତିଙ୍କୁ ଜ୍ଞାନ ହସ୍ତାନ୍ତରିତ କରନ୍ତି । ଏହାର ବିପରୀତ ହେଉଛି ଜ୍ଞାନ ପ୍ରାପ୍ତିର ଆରୋହଣ ପଦ୍ଧତି, ଯେଉଁଥିରେ ଜଣେ ବ୍ୟକ୍ତି ନିଜ ଉଦ୍ୟମରେ ଜ୍ଞାନର ସୀମା ପ୍ରସାରିତ କରିବାକୁ ପ୍ରୟାସ କରେ । ଆରୋହଣ ପଦ୍ଧତି କଷ୍ଟସାଧ୍ୟ, ଦୋଷଯୁକ୍ତ ଏବଂ ସମୟ ସାପେକ୍ଷ । ଉଦାହରଣ ସ୍ୱରୂପ, ଯଦି ଆମେ (ଚଷଚ୍ଚଗ୍ଦସମଗ୍ଦ) ପଦାର୍ଥ ବିଜ୍ଞାନ ଶିକ୍ଷା କରିବାକୁ ଇଚ୍ଛା କରିବା, ତା’ହେଲେ ଆରୋହଣ ପଦ୍ଧତିରେ, ଏହାର ନିୟମଗୁଡ଼ିକୁ ନିଜ ବୁଦ୍ଧିରେ ବିଶ୍ଲେଷଣ କରି କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଅଥବା ଅବରୋହଣ ପଦ୍ଧତିରେ କୌଣସି ଦକ୍ଷ ଶିକ୍ଷକଙ୍କ ଠାରୁ ଏହାର ଶିକ୍ଷାଲାଭ କରିବା । ଆରୋହଣ ପଦ୍ଧତି ଅତ୍ୟନ୍ତ ସମୟ ସାପେକ୍ଷ ଏବଂ ହୁଏତ ଆମେ ନିଜର ସମ୍ପୂର୍ଣ୍ଣ ଜୀବନକାଳରେ ଏହି ଅନୁସନ୍ଧାନ ପୂର୍ଣ୍ଣ କରିପାରିବା ନାହିଁ ଏବଂ ଆମ ସିଦ୍ଧାନ୍ତର ବୈଧତା ସମ୍ବନ୍ଧରେ ମଧ୍ୟ ନିଶ୍ଚିତ ହୋଇପାରିବା ନାହିଁ । ତୁଳନାତ୍ମକ ଭାବରେ ଅବରୋହଣ ପଦ୍ଧତି ପଦାର୍ଥ ବିଜ୍ଞାନର ଗୁଢ଼ ତଥ୍ୟକୁ ଜାଣିବା ପାଇଁ ଆମକୁ ତତ୍‌କ୍ଷଣାତ୍ ସୁଯୋଗ ଦିଏ । ଯଦି ପଦାର୍ଥ ବିଜ୍ଞାନରେ ଶିକ୍ଷକଙ୍କର ପୂର୍ଣ୍ଣଜ୍ଞାନ ଥାଏ, ତା’ହେଲେ ସିଧାସଳଖ ଓ ସହଜ ଭାବରେ ତାଙ୍କଠାରୁ ଶୁଣି ତାହାକୁ ହୃଦୟଙ୍ଗମ କରାଯାଇପାରେ । ଜ୍ଞାନ ଆହରଣର ଅବରୋହଣ ପଦ୍ଧତି ଉଭୟ ସହଜ ଏବଂ ଦୋଷମୁକ୍ତ ଅଟେ ।

ପ୍ରତିବର୍ଷ ଅନେକ ପ୍ରକାରର ଆତ୍ମ-ସହାୟକ ପୁସ୍ତକ ବଜାରରେ ଉପଲବ୍ଧ ହେଉଅଛି, ଯେଉଁଥିରେ ଜୀବନରେ ଦେଖା ଦେଉଥିବା ସମସ୍ୟା ଗୁଡ଼ିକର ସମାଧାନ ଲେଖକ ନିଜ ବୁଦ୍ଧିରେ କରିଥାଆନ୍ତି । ଏହି ପୁସ୍ତକ ଗୁଡ଼ିକ କେତେକାଂଶରେ ଠିକ୍ ହୋଇଥିଲେ ମଧ୍ୟ, ଏହା ଆରୋହଣ ପଦ୍ଧତି ଦ୍ୱାରା ହୋଇଥିବାରୁ ତ୍ରୁଟିପୂର୍ଣ୍ଣ ଅଟେ । ପ୍ରତିବର୍ଷ ନୂତନ ସିଦ୍ଧାନ୍ତ ଆସେ ଏବଂ ଏହା ପୁରୁଣା ସିଦ୍ଧାନ୍ତକୁ ତ୍ରୁଟିପୂର୍ଣ୍ଣ ସାବ୍ୟସ୍ତ କରି ସ୍ଥାନଚ୍ୟୁତ କରିଥାଏ । ଆରୋହଣ ପଦ୍ଧତି ଅନ୍ତିମ ସତ୍ୟ ଜାଣିବା ପାଇଁ ଉପଯୁକ୍ତ ନୁହେଁ । ଦିବ୍ୟଜ୍ଞାନ ନିଜ ଉଦ୍ୟମରେ ସୃଷ୍ଟି କରାଯାଏ ନାହିଁ । ଏହା ଭଗବାନଙ୍କର ଶକ୍ତି ଅଟେ ଏବଂ ଭଗବାନ ଥିବା ଦିନଠାରୁ ଏହା ରହିଛି, ଯେମିତି ଉତ୍ତାପ ଓ ଆଲୋକ ସେହି ଦିନଠାରୁ ଅଛନ୍ତି ଯେଉଁ ଦିନଠାରୁ ତାଙ୍କର ଉତ୍ସ ଅଗ୍ନି ରହିଛି ।

ଭଗବାନ ଏବଂ ଜୀବାତ୍ମା ଉଭୟ ଚିରନ୍ତନ ଅଟନ୍ତି, ସେହିପରି ଯୋଗ ବିଜ୍ଞାନ, ଯାହା ଆତ୍ମା ଓ ପରମାତ୍ମାଙ୍କୁ ମିଳିତ କରାଇଥାଏ, ତାହା ମଧ୍ୟ ନିତ୍ୟ ଅଟେ । ତେଣୁ ସେହି ବିଷୟରେ ନୂତନ ସିଦ୍ଧାନ୍ତ ପ୍ରସ୍ତୁତ କରିବାର ପ୍ରୟୋଜନ ନାହିଁ । ଏହି ସତ୍ୟତାର ଏକ ବିସ୍ମୟକାରୀ ପ୍ରମାଣ ହେଉଛି ନିଜେ ଭଗବଦ୍ ଗୀତା, ଯାହା ନିଜ ଚିରନ୍ତନ ସମୃଦ୍ଧ ଜ୍ଞାନର ବିଲକ୍ଷଣତାରେ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଆସୁଛି ଏବଂ ପାଞ୍ଚ ହଜାର ବର୍ଷ ପୂର୍ବେ ପ୍ରକାଶିତ ଏହି ଜ୍ଞାନ ଏବେ ବି ଆମ ଦୈନନ୍ଦିନ ଜୀବନରେ ଉପଯୋଗୀ ସିଦ୍ଧ ହେଉଛି । ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ ଅର୍ଜୁନଙ୍କୁ ସେ ଯେଉଁ ଜ୍ଞାନ ପ୍ରଦାନ କରୁଛନ୍ତି ତାହା ପୁରାତନ କାଳରୁ ଅବରୋହଣ ପଦ୍ଧତିରେ ଗୁୁରୁଙ୍କଠାରୁ ଶିଷ୍ୟଙ୍କ ପାଖକୁ ଆସିଛି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
4. ଜ୍ଞାନ କର୍ମ ସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!