Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 5, Verse 13

ସର୍ବକର୍ମାଣି ମନସା ସଂନ୍ୟସ୍ୟାସ୍ତେ ସୁଖଂ ବଶୀ ।
ନବଦ୍ୱାରେ ପୁରେ ଦେହୀ ନୈବ କୁର୍ବନ୍ନ କାରୟନ୍ ।।୧୩।।

ସର୍ବ-ସମସ୍ତ; କର୍ମାଣି-କର୍ମ; ମନସା- ମନରେ; ସଂନ୍ୟସ୍ୟ-ତ୍ୟାଗକରି; ଆସ୍ତେ-ରହେ; ସୁଖଂ-ସୁଖରେ; ବଶୀ-ଆତ୍ମସଂଯତ; ନବଦ୍ୱାରେ- ନ’ଟି ଦ୍ୱାରଥିବା ସ୍ଥାନରେ; ପୁରେ-ନଗରରେ; ଦେହୀ-ଦେହୀ (ଆତ୍ମା); ନ- ନୁହେଁ; ଏବ-ନିଶ୍ଚିତ ଭାବେ; କୁର୍ବନ୍‌-ଯାହାକିଛି କରେ; ନ- ନାହିଁ; କାରୟନ୍‌- କରିବାର କାରଣ ହେବା ।

Translation

BG 5.13: ଶରୀରଧାରୀ ଜୀବ, ଯେଉଁମାନେ ଆତ୍ମସଂଯତ ଏବଂ ଆସକ୍ତି ରହିତ ଅଟନ୍ତି, ସେମାନେ ସେହି ନବଦ୍ୱାର ବିଶିଷ୍ଟ ନଗରରେ ଖୁସିରେ ବାସ କରନ୍ତି । ସେମାନେ ନିଜକୁ କର୍ତ୍ତା ଭାବେ କିମ୍ବା କାହାର କାରଣ ଭାବେ ଚିନ୍ତା କରନ୍ତି ନାହିଁ ।

Commentary

ଶ୍ରୀକୃଷ୍ଣ ଏଠାରେ ଶରୀରକୁ ଗୋଟିଏ ନବ ଦ୍ୱାର ବିଶିଷ୍ଟ ନଗର ସହିତ ତୁଳନା କରିଛନ୍ତି । ଆତ୍ମା ଏହି ନଗରର ରାଜା ସ୍ୱରୂପ ଅଟେ, ଯାହାର ପ୍ରଶାସନ ଅହଂକାର, ବୁଦ୍ଧି, ମନ, ଇନ୍ଦ୍ରିୟ ଓ ପ୍ରାଣ ଆଦି ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହୁଏ । ଶରୀର ଉପରେ ତା’ର ଶାସନ ମୃତ୍ୟୁ ପର୍ଯ୍ୟନ୍ତ ଜାରି ରହିଥାଏ । କିନ୍ତୁ ସେହି ଶାସନ କାଳରେ ମଧ୍ୟ, ସିଦ୍ଧ ଯୋଗୀମାନେ ନିଜକୁ ଶରୀର ମନେ କରନ୍ତି ନାହିଁ କିମ୍ବା ନିଜକୁ ସେ ଶରୀରର ସ୍ୱାମୀ ମନେ କରନ୍ତି ନାହିଁ; ବରଂ ସେମାନେ ସେହିି ଶରୀରକୁ ଏବଂ ତା’ ଦ୍ୱାରା କରାଯାଉଥିବା କର୍ମକୁ ଭଗବାନଙ୍କର ମନେକରି ଥାଆନ୍ତି । ମନରୁ ସମସ୍ତ କର୍ମକୁ ତ୍ୟାଗ କରି, ଏହି ପ୍ରବୁଦ୍ଧ ଆତ୍ମାମାନେ ସୁଖରେ ଶରୀର ମଧ୍ୟରେ ବାସ କରିଥାଆନ୍ତି । ଏହାକୁ ସାକ୍ଷୀ ଭାବ ମଧ୍ୟ କୁହାଯାଇ ଥାଏ, ଯେଉଁ ଭାବରେ ବ୍ୟକ୍ତି ନିଜ ଚତୁଃପାଶ୍ୱର୍ରେ ଘଟୁଥିବା ସମସ୍ତ ଘଟଣାର ନୀରବ ଦ୍ରଷ୍ଟା ହୋଇଯାଏ ।

ଶ୍ୱେତାଶ୍ୱତର ଉପନିଷଦରେ ମଧ୍ୟ ଏହିପରି ଏକ ଶ୍ଳୋକ ରହିଛି:

ନବଦ୍ୱାରେ ପୁରେ ଦେହୀ ହଂସୋ ଲେଲାୟତେ ବହିଃ ।
ବଶୀ ସର୍ବସ୍ୟ ଲୋକସ୍ୟ ସ୍ଥାବରସ୍ୟ ଚରସ୍ୟ ଚ । ।  (୩.୧୮)

“ଶରୀରରେ ନଅଟି ଦ୍ୱାର ରହିଛି- ଦୁଇ ଆଖି, ଗୋଟିଏ ମୁହଁ, ଦୁଇ ନାସିକା, ଦୁଇ କାନ, ମଳଦ୍ୱାର ଓ ଯୌନାଙ୍ଗ । ଭୌତିକ ଚେତନାଯୁକ୍ତ ହୋଇ ଶରୀର ମଧ୍ୟରେ ବାସ କରୁଥିବା ଆତ୍ମା ନିଜକୁ ଏହି ନବଦ୍ୱାର ବିଶିଷ୍ଟ ନଗର ଭାବିନିଏ । ଏହି ଶରୀର ମଧ୍ୟରେ ପରମାତ୍ମା ମଧ୍ୟ ନିବାସ କରନ୍ତି, ଯିଏ ସଂସାରର ସମସ୍ତ ପ୍ରାଣୀଙ୍କର ନିୟନ୍ତ୍ରକ ଅଟନ୍ତି । ଆତ୍ମା ଯେତେବେଳେ ପରମାତ୍ମାଙ୍କ ସହିତ ସମ୍ବନ୍ଧିତ ହୋଇଯାଏ, ସେ ଶରୀରରେ ଥାଇ ମଧ୍ୟ ତାଙ୍କ ପରି ମୁକ୍ତ ହୋଇଯାଏ ।”

ଏହି ଶ୍ଲୋକରେ, ଶ୍ରୀକୃଷ୍ଣ ଘୋଷଣା କଲେ ଯେ ଶରୀରଧାରୀ ଜୀବ କୌଣସି କାର୍ଯ୍ୟର କର୍ତ୍ତା ବା କାରଣ ନୁହେଁ । ଏଠାରେ ପ୍ରଶ୍ନ ଉଠେ, ତାହା ହେଲେ ଭଗବାନ କ’ଣ ସଂସାରର ସମସ୍ତ କାର୍ଯ୍ୟର ପ୍ରକୃତ କାରଣ ଅଟନ୍ତି? ପରବର୍ତ୍ତୀ ଶ୍ଲୋକରେ ଏହାର ଉତ୍ତର ଦିଆଯାଇଛି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
5. କର୍ମସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!