Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 5, Verse 23

ଶକ୍ନୋତୀହୈବ ଯଃ ସୋଢ଼ୁଂ ପ୍ରାକ୍‌ଶରୀରବିମୋକ୍ଷଣାତ୍ ।
କାମକ୍ରୋଧୋଦ୍ଭବଂ ବେଗଂ ସ ଯୁକ୍ତଃ ସ ସୁଖୀ ନରଃ ।।୨୩।।

ଶକ୍ନୋତି- ସକ୍ଷମ ହୁଏ; ଇହ ଏବ- ଏହି ଶରୀରରେ; ଯଃ- ଯିଏ; ସୋଢ଼ୁଂ-ସହ୍ୟ କରିବାକୁ; ପ୍ରାକ୍‌-ପୂର୍ବରୁ; ଶରୀର-ଶରୀର; ବିମୋକ୍ଷଣାତ୍‌-ତ୍ୟାଗ କରିବା; କାମ-କାମନା; କ୍ରୋଧ-କ୍ରୋଧ; ଉଦ୍ଭବଂ- ଜାତ; ବେଗଂ-ବେଗ; ସଃ-ସେହି ବ୍ୟକ୍ତି; ଯୁକ୍ତଃ-ସମାଧିରେ (ଯୁକ୍ତ); ସଃ-ସେ; ସୁଖୀ-ସୁଖୀ; ନରଃ-ମାନବ ।

Translation

BG 5.23: ଯେଉଁମାନେ ଶରୀର ତ୍ୟାଗ କରିବା ପୂର୍ବରୁ, କାମ-କ୍ରୋଧର ବେଗକୁ ସହ୍ୟ କରିବାରେ ସକ୍ଷମ ହୋଇଥାନ୍ତି, ସେମାନେ ବାସ୍ତବିକ ଯୋଗୀ ଅଟନ୍ତି ଏବଂ ସେମାନେ ହିଁ ସୁଖି ଅଟନ୍ତି ।

Commentary

ମନୁଷ୍ୟ ଶରୀର ଆତ୍ମାକୁ ତା’ର ଭଗବତ୍ ପ୍ରାପ୍ତି ରୂପୀ ଚରମ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ଏକ ସ୍ୱର୍ଣ୍ଣିମ ଅବସର ଅଟେ । ଏହି ଶରୀରରେ ଆମେ ବିଚାର କରିବାର ଶକ୍ତି ଧାରଣ କରିଥାଉ, କିନ୍ତୁ ଅନ୍ୟ ପ୍ରାଣୀମାନେ ତାଙ୍କର ସ୍ୱଭାବ ଦ୍ୱାରା ପରିଚାଳିତ ହୋଇଥାନ୍ତି । ଶ୍ରୀକୃଷ୍ଣ ଗୁରୁତ୍ୱ ଦେଉଛନ୍ତି ଯେ, ଏହି ବିଚାର ଶକ୍ତିକୁ କାମ ଓ କ୍ରୋଧ ଆଦିର ଆବେଗକୁ ନିୟନ୍ତ୍ରିତ କରିବାରେ ଉପଯୋଗ କରାଯିବା ଉଚିତ ।

କାମ ଶବ୍ଦର ଗୋଟିଏ ଅର୍ଥ ହେଉଛି ଯୌନଇଚ୍ଛା, କିନ୍ତୁ ଏହି ଶ୍ଲୋକରେ କାମ ଶବ୍ଦ, ଶରୀର ଓ ମନର ଭୌତିକ ସୁଖର ସମସ୍ତ ଇଚ୍ଛା ପାଇଁ ବ୍ୟବହୃତ ହୋଇଛି । ଯେତେବେଳେ ମନ ତାର କାମ୍ୟ ବସ୍ତୁ ହାସଲ କରିପାରେ ନାହିଁ, ତା’ର ଅବସ୍ଥାରେ ପରିବର୍ତ୍ତନ ହୋଇ କ୍ରୋଧ ପ୍ରକାଶ ପାଇଥାଏ । ନଦୀର ପ୍ରଖର ସ୍ରୋତ ପରି, କାମନା ଓ କ୍ରୋଧର ଆବେଗ ବହୁତ ଶକ୍ତିଶାଳୀ ଅଟେ । ଇତର ପ୍ରାଣୀମାନଙ୍କ ଠାରେ ମଧ୍ୟ ଆବେଗ ଉତ୍ପନ୍ନ ହୋଇଥାଏ, କିନ୍ତୁ ମନୁଷ୍ୟ ପରି ସେମାନଙ୍କର ବିଚାର ଶକ୍ତି ନଥାଏ, ଯଦ୍ୱାରା ସେମାନେ ତା’କୁ ଦମନ କରିପାରିବେ । ବସ୍ତୁତଃ ମନୁଷ୍ୟର ବୁଦ୍ଧିକୁ ହିଁ ଏହି ବିଚାର ଶକ୍ତି ପ୍ରଦାନ କରାଯାଇଛି । ଶ୍ଳୋକରେ ସୋଢୁଂ ଶବ୍ଦଟି ‘ସହ୍ୟ କରିବା’ ଅର୍ଥରେ ବ୍ୟବହୃତ ହୋଇଅଛି, ଅର୍ଥାତ୍ ଏହି ଶ୍ଲୋକରେ କାମ-କ୍ରୋଧର ଆବେଗକୁ ସହ୍ୟ କରିବାକୁ ଆମକୁ ଉପଦେଶ ଦିଆ ଯାଇଛି । ବେଳେବେଳେ ଆମେ ଲଜ୍ଜାବଶତଃ ମନର ଆବେଗକୁ ବଶ କରିଥାଏ । ଧରି ନିଅନ୍ତୁ, ଜଣେ ବ୍ୟକ୍ତି ବିମାନ ବନ୍ଦରରେ ବସିଛନ୍ତି । ଯଦି ଜଣେ ସୁନ୍ଦର ମହିଳା ତାଙ୍କ ପାଖରେ ଆସି ବସିପଡ଼ନ୍ତି, ତାଙ୍କ ମନରେ ଇଚ୍ଛା ହୁଏ ସେ ମହିଳାଙ୍କ କାନ୍ଧରେ ହାତ ପକାଇ ଆନନ୍ଦିତ ହୁଅନ୍ତେ । କିନ୍ତୁ “ଏହା ଏକ ଅଶୋଭନୀୟ କାର୍ଯ୍ୟ” ଭାବି ବୁଦ୍ଧି ତାଙ୍କୁ ସେପରି କରିବାକୁ ବାଧା ଦେଇଥାଏ । ଅପବାଦ ଜନିତ ଲଜ୍ଜାକୁ ଏଡ଼ାଇବା ପାଇଁ ସେ ନିଜକୁ ନିୟନ୍ତ୍ରଣ କରିନିଅନ୍ତି । ଏଠାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଲଜ୍ଜା, ଭୟ, ବା ଆଶଙ୍କା ବଶତଃ ମନକୁ ନିୟନ୍ତ୍ରଣ କରିବାକୁ କହୁନାହାଁନ୍ତି, ବରଂ ଜ୍ଞାନର ଆଧାରରେ ବିଚାର ପୂର୍ବକ ତାହା କରିବାକୁ ଉପଦେଶ ଦେଉଛନ୍ତି ।

ମନକୁ ବଶ କରିବା ପାଇଁ ଦୃଢ଼ସଙ୍କଳ୍ପଯୁକ୍ତ ବୁଦ୍ଧିର ଉପଯୋଗ କରାଯିବା ଉଚିତ । ସାଂସାରିକ ସୁଖଭୋଗର ଭାବନା ମନକୁ ଆସିବା ମାତ୍ରେ, ବ୍ୟକ୍ତି ନିଜର ବୁଦ୍ଧିକୁ ଏହି ଜ୍ଞାନରେ ଉଦ୍‌ଭାସିତ କରିବା ଉଚିତ୍ ଯେ ଏସବୁ ଦୁଃଖର କାରଣ ଅଟେ । ଶ୍ରୀମଦ୍ ଭାଗବତ କହେ:

 ନାୟଂ ଦେହୋ ଦେହ-ଭାଜାଂ ନୃଲେକେ
କଷ୍ଟାନ୍ କାମାନ୍ ଅର୍ହତେ ବିଦ୍‌-ଭୁଜାଂ ଯେ
ତପୋ ଦିବ୍ୟାଂ ପୁତ୍ରକା ଯେନ ସତ୍ତ୍ୱଂ
ଶୁଦ୍ଧ୍ୟେଦ୍ ଯସ୍ମାଦ୍ ବ୍ରହ୍ମ-ସୌଖ୍ୟମ୍ ତ୍ୱନନ୍ତମ୍ । (୫.୫.୧)

“ମନୁଷ୍ୟ ଶରୀରରେ, ଜଣେ ଇନ୍ଦ୍ରିୟ ସୁଖ ଲାଭ କରିବା ପାଇଁ (ଯାହାକି ବିଷ୍ଠାଭୋଜୀ ପ୍ରାଣୀମାନଙ୍କୁ ମଧ୍ୟ ପ୍ରାପ୍ତ) ବହୁକଷ୍ଟ ଉଠାଇବା ଅନୁଚିତ । ସେହି ସୁଖ ବିଷ୍ଠା ଭୋଜୀ ପ୍ରାଣୀ (ଘୁଷୁରି)କୁ ମଧ୍ୟ ମିଳିଥାଏ । ତା ପରିବର୍ତ୍ତେ, ଜଣେ ସଂଯମ ଆଚରଣ କରି ହୃଦୟକୁ ଶୁଦ୍ଧ କରିବା ଉଚିତ ଯଦ୍ୱାରା କି ସେ ଭଗବାନଙ୍କର ଅନନ୍ତ ଆନନ୍ଦ ଉପଭୋଗ କରି ପାରିବେ ।” ବିଚାର କରିବାର ଏହି ସୁଯୋଗ କେବଳ ମନୁଷ୍ୟ  ଶରୀରରେ ହିଁ ଉପଲବ୍ଧ ହୋଇଥାଏ ଏବଂ ଯେଉଁ ବ୍ୟକ୍ତି ଜୀବନକାଳ ମଧ୍ୟରେ କାମ ଓ କ୍ରୋଧର ବେଗକୁ ନିୟନ୍ତ୍ରଣ କରିପାରନ୍ତି, ସେ ଯୋଗୀ ହୋଇଯାଆନ୍ତି । କେବଳ ସେମାନେ ହିଁ ଅନ୍ତରରେ ଦିବ୍ୟ ଆନନ୍ଦର ଆସ୍ୱାଦନ କରି ସୁଖୀ ହୋଇଥାଆନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
5. କର୍ମସନ୍ନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!