Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 6, Verse 1

ଶ୍ରୀ ଭଗବାନୁବାଚ
ଅନାଶ୍ରିତଃ କର୍ମଫଳଂ କାର୍ଯ୍ୟଂ କର୍ମ କରୋତି ଯଃ ।
ସ ସଂନ୍ୟାସୀ ଚ ଯୋଗୀ ଚ ନ ନିରଗ୍ନିର୍ନ ଚାକ୍ରିୟଃ ।।୧।।

ଶ୍ରୀ ଭଗବାନ ଉବାଚ - ଶ୍ରୀ ଭଗବାନ କହିଲେ; ଅନାଶ୍ରିତଃ - କାମନା ନ କରି; କର୍ମଫଳଂ - କର୍ମଫଳ; କାର୍ଯ୍ୟଂ - କର୍ତ୍ତବ୍ୟ କର୍ମ; କର୍ମ - କର୍ମ; କରୋତି -କରେ; ଯଃ - ଯିଏ; ସଃ- ସେ; ସଂନ୍ୟାସୀ - ସନ୍ନ୍ୟାସୀ; ଚ-ଏବଂ; ଯୋଗୀ-ଯୋଗୀ; ଚ -ଏବଂ; ନ -ନୁହେଁ; ନିଃ -ବିନା; ଅଗ୍ନିଃ-ଅଗ୍ନି; ନ -ନୁହେଁ; ଚ-ମଧ୍ୟ; ଅକ୍ରିୟଃ - କର୍ତ୍ତବ୍ୟହୀନ ।

Translation

BG 6.1: ଶ୍ରୀ ଭଗବାନ କହିଲେ; ଯେଉଁମାନେ କର୍ମଫଳ ପ୍ରତି କାମନା ନରଖି ତାଙ୍କର ବିହିତ କର୍ମ କରିଥାଆନ୍ତି, ବାସ୍ତବରେ ସେମାନେ ହିଁ ସନ୍ନ୍ୟାସୀ (ତ୍ୟାଗୀ) ଓ ଯୋଗୀ ଅଟନ୍ତି । ଯେଉଁମାନେ କେବଳ ଯଜ୍ଞାଦି ( ଯେପରି କି ଅଗ୍ନିହୋତ୍ର)ବା ଶାରୀରିକ କର୍ମ ତ୍ୟାଗ କରିଥାଆନ୍ତି, ସେମାନେ ଯୋଗୀ ନୁହଁନ୍ତି ।

Commentary

ବେଦରେ ବର୍ଣ୍ଣନା କରାଯାଇଥିବା ବିଧିଯୁକ୍ତ କର୍ମ (କର୍ମକାଣ୍ଡ) ମାନଙ୍କ ମଧ୍ୟରେ ଅଗ୍ନିହୋତ୍ର ଯଜ୍ଞ ଅନ୍ୟତମ । ଯେଉଁମାନେ ତ୍ୟାଗଯୁକ୍ତ ସନ୍ୟାସ ମାର୍ଗରେ ପ୍ରବେଶ କରନ୍ତି, ସେମାନଙ୍କ ପାଇଁ ଏହି ନିୟମ ରହିଛି ଯେ, ସେମାନେ କୌଣସି କର୍ମକାଣ୍ଡ କରିବେ ନାହିଁ । ସେମାନେ ଅଗ୍ନିକୁ ସ୍ପର୍ଶ କରିବା ଉଚିତ ନୁହେଁ, ଏପରିକି ରୋଷେଇ ପାଇଁ ମଧ୍ୟ ନୁହେଁ । ସେମାନେ ଭିକ୍ଷା କରି ଜୀବନ ଯାପନ କରିବା ଉଚିତ । କିନ୍ତୁ ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି, କେବଳ ଯଜ୍ଞ ଇତ୍ୟାଦି ତ୍ୟାଗ ଦ୍ୱାରା ହିଁ ଜଣେ ସନ୍ନ୍ୟାସୀ ହୋଇଯାଏ ନାହିଁ ।

ପ୍ରକୃତ ଯୋଗୀ କିଏ ଏବଂ ପ୍ରକୃତ ସନ୍ନ୍ୟାସୀ କିଏ? ଏହି ବିଷୟରେ ଅନେକ ବିଭ୍ରାନ୍ତିପୂର୍ଣ୍ଣ ଧାରଣା ଅଛି । ଲୋକମାନେ କୁହନ୍ତି “ଏହି ସ୍ୱାମୀଜୀ ଫଳାହାରୀ ଅଟନ୍ତି”, ତେଣୁ ସେ ଉଚ୍ଚ କକ୍ଷର ଯୋଗୀ ହୋଇଥିବେ, “ଏହି ବାବାଜୀ ଦୁଗ୍ଧାହାରୀ ଅଟନ୍ତି” ତେଣୁ ସେ ଆହୁରି ଉଚ୍ଚକୋଟୀର ଯୋଗୀ ହୋଇଥିବେ । “ଏହି ସାଧୁଜଣକ କେବଳ ପବନାହାରୀ” ତେଣୁ ସେ ନିଶ୍ଚିତ ଭାବେ ବ୍ରହ୍ମଜ୍ଞାନୀ ହୋଇଥିବେ । “ଏହି ସାଧୁ ଜଣକ ନାଗାବାବା ଅଟନ୍ତି (ଯିଏ ବସ୍ତ୍ର ପରିଧାନ କରନ୍ତି ନାହିଁ), ତେଣୁ ସେ ପ୍ରକୃତ ତ୍ୟାଗୀ ଅଟନ୍ତି ।” କିନ୍ତୁ ଶ୍ରୀକୃଷ୍ଣ ଏ ସମସ୍ତ ଚିନ୍ତାଧାରାକୁ ଖଣ୍ଡନ କରି କହିଛନ୍ତି ଯେ, ଏହିପରି ବାହ୍ୟ ତ୍ୟାଗର ପ୍ରକ୍ରିୟା କାହାକୁ ସନ୍ୟାସୀ ବା ଯୋଗୀରେ ପରିଣତ କରାଏ ନାହିଁ । ଯେଉଁମାନେ କର୍ମଫଳର ଆସକ୍ତିକୁ ତ୍ୟାଗ କରି ତାହାକୁ ଭଗବାନଙ୍କଠାରେ ଅର୍ପଣ କରିଥାଆନ୍ତି, ସେମାନେ ହିଁ ପ୍ରକୃତରେ ତ୍ୟାଗୀ ଓ ଯୋଗୀ ।

ଆଜିକାଲି ପାଶ୍ଚାତ୍ୟ ଜଗତରେ ‘ଯୋଗା’ ଏକ ବହୁପ୍ରଚଳିତ ଶବ୍ଦ ଅଟେ । ପୃଥିବୀର ପ୍ରତି ଦେଶରେ ପ୍ରତି ସହରରେ ଅନେକ ‘ଯୋଗା’ ଷ୍ଟୁଡିଓ ଗଢ଼ି ଉଠିଛି । ଅନୁସନ୍ଧାନରୁ ଜଣାଯାଏ ଯେ ଆମେରିକାର ପ୍ରତି ୧୦ଜଣଙ୍କ ମଧ୍ୟରୁ ଜଣେ ଯୋଗାଭ୍ୟାସ କରନ୍ତି । ବାସ୍ତବରେ ସଂସ୍କୃତ ସାହିତ୍ୟରେ ‘ଯୋଗା’ ଶବ୍ଦର ଉଲ୍ଲେଖ ନାହିଁ । ସଠିକ ଶବ୍ଦଟି ହେଉଛି ‘ଯୋଗ’, ଯାହାର ଅର୍ଥ ସଂଯୋଗ । ଏହା ବ୍ୟକ୍ତିର ଚେତନାକୁ ଦିବ୍ୟ ଚେତନା ସହିତ ମିଳିତ କରାଇବାକୁ ସୂଚିତ କରାଇଥାଏ । ଭିନ୍ନ ଶବ୍ଦରେ, ଯାହାର ମନ ସମ୍ପୂର୍ଣ୍ଣ ଭାବରେ ଭଗବାନଙ୍କଠାରେ ନିମଗ୍ନ ରହେ, ସେ ଯୋଗୀ ଅଟନ୍ତି । ଏହା ଏକଥା ମଧ୍ୟ ସୂଚିତ କରିଥାଏ ଯେ ଜଣେ ଯୋଗୀର ମନ ସଂସାରଠାରୁ ସ୍ୱାଭାବିକ ଭାବେ ଅନାସକ୍ତ ରହିଥାଏ । ସୁତରାଂ, ଜଣେ ବାସ୍ତବିକ ଯୋଗୀ ଜଣେ ବାସ୍ତବିକ ସନ୍ୟାସୀ ମଧ୍ୟ ଅଟନ୍ତି ।

ଯେଉଁମାନେ କର୍ମଯୋଗ କରନ୍ତି, ସେମାନେ କୌଣସି ପ୍ରତିଦାନର ଆଶା ନ ରଖି, ଦୀନତାର ଭାବ ନେଇ ସମସ୍ତ କର୍ମ ଭଗବାନଙ୍କ ସେବା ଉଦ୍ଦେଶ୍ୟରେ କରିଥାଆନ୍ତି । ସେମାନେ ଗୃହସ୍ଥ ହୋଇପାରନ୍ତି, କିନ୍ତୁ ସେହି ମାନେ ହିଁ ପ୍ରକୃତ ଯୋଗୀ ଏବଂ ବାସ୍ତବ ତ୍ୟାଗୀ ଅଟନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
6. ଧ୍ୟାନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!