ଯୁକ୍ତାହାରବିହାରସ୍ୟ ଯୁକ୍ତଚେଷ୍ଟସ୍ୟ କର୍ମସୁ ।
ଯୁକ୍ତସ୍ୱପ୍ନାବବୋଧସ୍ୟ ଯୋଗୋ ଭବତି ଦୁଃଖହା ।।୧୭।।
ଯୁକ୍ତ-ନିୟନ୍ତ୍ରିତ, ସଂଯତ; ଆହାର- ଭୋଜନ; ବିହାରସ୍ୟ- ବିଶ୍ରାମ; ଯୁକ୍ତ ଚେଷ୍ଟସ୍ୟ କର୍ମସୁ- ପରିଶ୍ରମ କରିବାରେ ସଂଯମ; ଯୁକ୍ତ-ନିୟନ୍ତ୍ରିତ; ସ୍ୱପ୍ନ ଅବବୋଧସ୍ୟ -ନିଦ୍ରା ଓ ଜାଗରଣ; ଯୋଗଃ - ଯୋଗ ଅଭ୍ୟାସ; ଭବତି -ହୁଏ; ଦୁଃଖହା- ଦୁଃଖ ବିନାଶକ ।
BG 6.17: କିନ୍ତୁ ଯେଉଁମାନେ ଆହାର ବିହାରରେ ସଂଯମ ରକ୍ଷା କରନ୍ତି, ପରିଶ୍ରମ ଏବଂ ନିଦ୍ରାରେ ସନ୍ତୁଳନ ରକ୍ଷା କରନ୍ତି, ସେମାନେ ଯୋଗାଭ୍ୟାସ ଦ୍ୱାରା ନିଜର ସମସ୍ତ ଦୁଃଖ ଲାଘବ କରିପାରନ୍ତି ।
ଯୁକ୍ତାହାରବିହାରସ୍ୟ ଯୁକ୍ତଚେଷ୍ଟସ୍ୟ କର୍ମସୁ ।
ଯୁକ୍ତସ୍ୱପ୍ନାବବୋଧସ୍ୟ ଯୋଗୋ ଭବତି ଦୁଃଖହା ।।୧୭।।
କିନ୍ତୁ ଯେଉଁମାନେ ଆହାର ବିହାରରେ ସଂଯମ ରକ୍ଷା କରନ୍ତି, ପରିଶ୍ରମ ଏବଂ ନିଦ୍ରାରେ ସନ୍ତୁଳନ ରକ୍ଷା କରନ୍ତି, ସେମାନେ ଯୋଗାଭ୍ୟାସ ଦ୍ୱାରା ନିଜର ସମସ୍ତ ଦୁଃଖ ଲାଘବ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଆତ୍ମାର ପରମାତ୍ମାଙ୍କ ସହିତ ମିଳନ ଯୋଗ ଅଟେ । ଏହାର ବିପରୀତ ଭୋଗ ଅଟେ, ଯାହାର ଅର୍ଥ ଇନ୍ଦ୍ରିୟ ସୁଖରେ ମଜ୍ଜିଯିବା । ଭୋଗରେ ଲିପ୍ତ ରହିବା, ଶରୀରର ପ୍ରାକୃତିକ ନିୟମକୁ ବିରୋଧ କରିଥାଏ, ଯାହା ରୋଗ ସୃଷ୍ଟି କରେ ଏବଂ ପୂର୍ବ ଶ୍ଲୋକରେ କୁହାଯିବା ପ୍ରକାରେ ରୋଗଗ୍ରସ୍ତ ଶରୀର ଯୋଗ ସାଧନାରେ ବାଧା ଉତ୍ପନ୍ନ କରିଥାଏ । ଏହି ଶ୍ଲୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଶାରୀରିକ କର୍ମରେ ସଂଯମ ରକ୍ଷା କରି ଏବଂ ଯୋଗ ଅଭ୍ୟାସ ଦ୍ୱାରା, ଆମେ ନିଜର ଦୈହିକ ଓ ମାନସିକ ଦୁଃଖକୁ ଦୂର କରି ପାରିବା ।
ଶ୍ରୀକୃଷ୍ଣଙ୍କ ଅବତାରର ପ୍ରାୟ ଅଢ଼େଇ ହଜାର ବର୍ଷ ପରେ, ଗୌତମ ବୁଦ୍ଧ ଏହି ନିର୍ଦ୍ଦେଶର ପୁନରାବୃତ୍ତି କରିଥିଲେ । ସେ ଅତ୍ୟଧିକ ତ୍ୟାଗ ଓ ଇନ୍ଦ୍ରିୟ ସୁଖ ମଧ୍ୟରେ ଏକ ମଧ୍ୟମ ପନ୍ଥା ଅନୁକରଣ କରିବାକୁ ଉପଦେଶ ଦେଇଥିଲେ । ଏ ବିଷୟରେ ଏକ ସୁନ୍ଦର ଗଳ୍ପ ଅଛି । କୁହାଯାଏ ଯେ, ଜ୍ଞାନ ପ୍ରାପ୍ତି ପୂର୍ବରୁ ଏକଦା ଗୌତମ ବୁଦ୍ଧ ଖାଦ୍ୟପେୟ ତ୍ୟାଗ କରି ଧ୍ୟାନ କରିବାକୁ ବସିଲେ । କିନ୍ତୁ କେତେଦିନ ପରେ ସେ ଅତ୍ୟନ୍ତ ଦୁର୍ବଳ ଅନୁଭବ କଲେ ଏବଂ ଧ୍ୟାନରେ ମନ ଲଗାଇବା ତାଙ୍କ ପାଇଁ କଷ୍ଟକର ହେଲା । ସେହି ସମୟରେ କେତେଜଣ ଗ୍ରାମୀଣ ମହିଳା ମୁଣ୍ଡରେ ପାଣି ମାଠିଆ ଧରି ପାଖ ରାସ୍ତାରେ ଯାଉଥିଲେ ଏବଂ ଗୋଟିଏ ଗୀତ ଗାଉଥିଲେ । ସେହି ଗୀତର ଅର୍ଥ ଥିଲା; “ତାନ୍ପୁରା (ଏକ ତାରଯୁକ୍ତ ଭାରତୀୟ ବାଦ୍ୟ ଯନ୍ତ୍ର)ର ତାରକୁ ଟାଣି କରି ବାନ୍ଧ । କିନ୍ତୁ ଏତେ ଜୋର୍ରେ ଟାଣ ନାହିଁ, ଯଦ୍ୱାରା କି ତାର ଛିଣ୍ଡିଯିବ ।” ସେହି ଗୀତର ଶବ୍ଦସବୁ ବୁଦ୍ଧଦେବଙ୍କର କାନରେ ପଡ଼ିଲା । ସେ ବିସ୍ମିତ ହେଲେ, “ଏହି ଅଶିକ୍ଷିତ ଗ୍ରାମୀଣ ମହିଳାମାନେ କେତେ ମାର୍ମିକ ଗୀତ ଗାଉଛନ୍ତି! ଏହା ଆମ୍ଭମାନଙ୍କ ପାଇଁ ଏକ ଉପଦେଶ ଅଟେ । ଆମେ ମଧ୍ୟ ଆମ ଶରୀରକୁ କଷିବା ଆବଶ୍ୟକ (ସଂଯମ ପାଳନ), କିନ୍ତୁ ଏତେ ଅଧିକ ନୁହେଁ, ଯଦ୍ୱାରା କି ଶରୀର ହିଁ ନଷ୍ଟ ହୋଇଯିବ ।”
ବେଞ୍ଜାମିନ୍ ଫ୍ରାଙ୍କ୍ଲିନ୍ (୧୭୦୬-୧୭୯୦), ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିଷ୍ଠାତା ପିତା, ଜଣେ ଆତ୍ମ-ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ମର୍ଯ୍ୟାଦାପ୍ରାପ୍ତ । ନିଜ ବ୍ୟକ୍ତିତ୍ୱର ବିକାଶ ପାଇଁ, ସେ କୋଡ଼ିଏ ବର୍ଷ ବୟସରୁ ଡ଼ାଏରୀ ଲେଖୁଥିଲେ । ସେଥିରେ ସେ ତେରଟି ଆଚରଣକୁ ନିୟମିତ ଭାବରେ ଲକ୍ଷ୍ୟ କରୁଥିଲେ । ତନ୍ମଧ୍ୟରୁ ପ୍ରଥମଟି ଥିଲା, “ସଂଯମ: ମାନ୍ଦା ହେବା ପର୍ଯ୍ୟନ୍ତ ଖାଅ ନାହିଁ; ଉନ୍ମତ୍ତ ହେବା ପର୍ଯ୍ୟନ୍ତ ପିଅ ନାହିଁ ।”