ଯଥା ଦୀପୋ ନିବାତସ୍ଥୋ ନେଙ୍ଗତେ ସୋପମା ସ୍ମୃତା ।
ଯୋଗିନୋ ଯତଚିତ୍ତସ୍ୟ ଯୁଞ୍ଜତୋ ଯୋଗମାତ୍ମନଃ ।।୧୯।।
ଯଥା - ଯେପରି; ଦୀପଃ - ଦୀପ; ନିବାତସ୍ଥଃ - ପବନ ବହୁ ନଥିବା ସ୍ଥାନରେ; ନ ଇଙ୍ଗତେ - ହଲଚଲ ହୁଏ ନାହିଁ; ସା -ଏହି; ଉପମା - ଉପମା; ସ୍ମୃତା - ପରି; ଯୋଗିନଃ - ଯୋଗୀର; ଯତ-ଚିତ୍ତସ୍ୟ - ଯାହାର ମନ ସଂଯତ; ଯୁଞ୍ଜତଃ - ସତତ ଯୁକ୍ତ; ଯୋଗମ୍ - ଧ୍ୟାନ; ଆତ୍ମାନଃ - ପରମାତ୍ମାଙ୍କର ।
BG 6.19: ଦୀପଶିଖା ବାୟୁ ପ୍ରବାହିତ ହେଉ ନ ଥିବା ସ୍ଥାନରେ ନିଶ୍ଚଳ ରହିବା ପରି, ଜଣେ ଯୋଗୀଙ୍କର ପୂର୍ଣ୍ଣ ଶୃଙ୍ଖଳିତ ମନ ପରମାତ୍ମାଙ୍କ ଧ୍ୟାନରେ ସ୍ଥିର ରହିଥାଏ ।
ଯଥା ଦୀପୋ ନିବାତସ୍ଥୋ ନେଙ୍ଗତେ ସୋପମା ସ୍ମୃତା ।
ଯୋଗିନୋ ଯତଚିତ୍ତସ୍ୟ ଯୁଞ୍ଜତୋ ଯୋଗମାତ୍ମନଃ ।।୧୯।।
ଦୀପଶିଖା ବାୟୁ ପ୍ରବାହିତ ହେଉ ନ ଥିବା ସ୍ଥାନରେ ନିଶ୍ଚଳ ରହିବା ପରି, ଜଣେ ଯୋଗୀଙ୍କର ପୂର୍ଣ୍ଣ ଶୃଙ୍ଖଳିତ ମନ ପରମାତ୍ମାଙ୍କ ଧ୍ୟାନରେ ସ୍ଥିର ରହିଥାଏ ।
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଦୀପଶିଖାର ଉପମା ଦେଇଛନ୍ତି । ପବନରେ ଶିଖାଟି ହଲ୍ଚଲ୍ ହୋଇଥାଏ ଏବଂ ତାକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇଥାଏ । କିନ୍ତୁ ଗୋଟିଏ ବାୟୁଚଳାଚଳ ହେଉନଥିବା ସ୍ଥାନରେ, ଏହି ଶିଖା ଏକ ଚିତ୍ର ପରି ନିଶ୍ଚଳ ରହେ । ସେହିପରି, ମନ ସ୍ୱଭାବତଃ ଅସ୍ଥିର ହୋଇଥିବା କାରଣରୁ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଠିନ ଅଟେ । କିନ୍ତୁ ଯୋଗୀର ମନ ଯେତେବେଳେ ଭଗବାନଙ୍କ ଠାରେ ନିତ୍ୟ ଯୁକ୍ତ ହୋଇଯାଏ, ତାହା କାମନା ରୂପୀ ବାୟୁପ୍ରବାହରୁ ସୁରକ୍ଷିତ ରହେ । ସେପରି ଜଣେ ଯୋଗୀ, ଭକ୍ତି ବଳରେ ନିଜର ମନକୁ ପୂର୍ଣ୍ଣ ଶୃଙ୍ଖଳିତ ରଖିଥାଆନ୍ତି ।