ତତ୍ର ତଂ ବୁଦ୍ଧିସଂଯୋଗଂ ଲଭତେ ପୌର୍ବଦେହିକମ୍ ।
ଯତତେ ଚ ତତୋ ଭୂୟଃ ସଂସିଦ୍ଧୌ କୁରୁନନ୍ଦନ ।।୪୩।।
ତତ୍ର - ସେଠାରେ; ତଂ -ତାହା; ବୁଦ୍ଧିସଂଯୋଗଂ- ଏ ଚେତନାର ପୁନରୁତ୍ଥାନ; ଲଭତେ - ଲାଭ କରେ; ପୌର୍ବ ଦେହିକମ୍ -ପୂର୍ବ ଜନ୍ମରୁ; ଯତତେ -ଉଦ୍ୟମ କରେ; ଚ - ଏବଂ; ତତଃ - ତାପରେ; ଭୂୟଃ - ପୁଣି; ସଂସିଦ୍ଧୌ - ସିଦ୍ଧି ନିମିତ୍ତ; କୁରୁ-ନନ୍ଦନ - ହେ କୁରୁନନ୍ଦନ ।
BG 6.43: ହେ କୁରୁନନ୍ଦନ! ଏପରି ଏକ ଜନ୍ମ ପ୍ରାପ୍ତ କରି, ସେମାନେ ତାଙ୍କ ପୂର୍ବ ଜନ୍ମର ଜ୍ଞାନକୁ ପୁନର୍ଜାଗ୍ରତ କରନ୍ତି, ଏବଂ ଯୋଗରେ ସିଦ୍ଧି ପାଇଁ ଅଧିକ ଚେଷ୍ଟାରତ ହୁଅନ୍ତି ।
ତତ୍ର ତଂ ବୁଦ୍ଧିସଂଯୋଗଂ ଲଭତେ ପୌର୍ବଦେହିକମ୍ ।
ଯତତେ ଚ ତତୋ ଭୂୟଃ ସଂସିଦ୍ଧୌ କୁରୁନନ୍ଦନ ।।୪୩।।
ହେ କୁରୁନନ୍ଦନ! ଏପରି ଏକ ଜନ୍ମ ପ୍ରାପ୍ତ କରି, ସେମାନେ ତାଙ୍କ ପୂର୍ବ ଜନ୍ମର ଜ୍ଞାନକୁ ପୁନର୍ଜାଗ୍ରତ କରନ୍ତି, ଏବଂ ଯୋଗରେ ସିଦ୍ଧି ପାଇଁ ଅଧିକ ଚେଷ୍ଟାରତ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ସମସ୍ତଙ୍କର ହୃଦୟରେ ବାସ କରୁଥିବା ଭଗବାନ, ସମ୍ପୂର୍ଣ୍ଣ ନ୍ୟାୟୀ ଅଟନ୍ତି । ପୂର୍ବଜନ୍ମରେ ଆମେ ଯେଉଁ ଆଧ୍ୟାତ୍ମିକ ସମ୍ପଦ ଜମା କରିଥାଉ- ବୈରାଗ୍ୟ, ଜ୍ଞାନ, ଭକ୍ତି, ଶ୍ରଦ୍ଧା, ସହନଶୀଳତା, ନିଷ୍ଠା, ଇତ୍ୟାଦି - ସବୁ ତାଙ୍କୁ ଜଣାଥାଏ । ଉପଯୁକ୍ତ ସମୟରେ, ସେ ପୂର୍ବ କର୍ମର ଫଳ ଆମକୁ ପ୍ରଦାନ କରିଥାନ୍ତି ଏବଂ ଭିତରୁ ଆମର ଆଧ୍ୟାତ୍ମିକ ଚେତନାକୁ ବଢାଇ ଥାଆନ୍ତି । ସେଥିପାଇଁ ଏପରି ଦେଖାଯାଏ ଯେ ଭୌତିକ ବିଚାର ପୋଷଣ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କେହି କେହି ହଠାତ୍ ଘୋର ଅଧ୍ୟାତ୍ମବାଦୀ ହୋଇଯାଆନ୍ତି । ଯେତେବେଳେ ତାଙ୍କର ଆଧ୍ୟାତ୍ମିକ ସଂସ୍କାର ଜାଗ୍ରତ ହୁଏ, ସେମାନେ ତାଙ୍କର ପୂର୍ବଜନ୍ମର ସାଧନାର ଫଳ ପାଇଥାନ୍ତି ।
ଜଣେ ବାଟୋଇ, ତା’ର ଯାତ୍ରାକୁ ବିରାମ ଦେଇ ରାସ୍ତା ପାଶ୍ୱର୍ରେ ଥିବା କୌଣସି ପାନ୍ଥଶାଳାରେ ବିଶ୍ରାମ ନେଇପାରେ । କିନ୍ତୁ ବିଶ୍ରାମ ନେଇ ଉଠିବା ପରେ, ସେ ଅତିକ୍ରମ କରିଥିବା ରାସ୍ତାକୁ ପୁଣି ଥରେ ଫେରିଯାଏ ନାହିଁ; ସେ ଆଗକୁ ଥିବା ଦୂରତ୍ୱକୁ ଅତିକ୍ରମ କରିବାକୁ ଅଗ୍ରସର ହୋଇଥାଏ । ସେହିପରି, ଭଗବାନଙ୍କ କୃପାରୁ, ପୂର୍ବ ଜନ୍ମରେ ଯିଏ ଯୋଗୀ ଥାଆନ୍ତି, ସେ ତାଙ୍କ ପୂର୍ବ ସଞ୍ôଚତ ଆଧ୍ୟାତ୍ମିକ ସମ୍ପତ୍ତି ବର୍ତ୍ତମାନ ଜନ୍ମରେ ପାଇଥାଆନ୍ତି, ଯଦ୍ୱାରା ଯେଉଁଠାରେ ସେ ତାଙ୍କର ଯାତ୍ରା ସମାପ୍ତ କରିଥିଲେ, ସେହିଠାରୁ ପୁଣି ଯାତ୍ରାରମ୍ଭ କରନ୍ତି । ସେଥିପାଇଁ ଏପରି ଯୋଗୀମାନେ କେବେ ବି ହଜି ଯାଆନ୍ତି ନାହିଁ ।