କାମୈସ୍ତୈସ୍ତୈର୍ହୁତଜ୍ଞାନାଃ ପ୍ରପଦ୍ୟନ୍ତେଽନ୍ୟଦେବତାଃ ।
ତଂ ତଂ ନିୟମମାସ୍ଥାୟ ପ୍ରକୃତ୍ୟା ନିୟତାଃ ସ୍ୱୟା ।।୨୦।।
କାମୈଃ - କାମନା ଦ୍ୱାରା; ତୈଃ ତୈଃ- ବିବିଧ ପ୍ରକାରେ, ହୃତ ଜ୍ଞାନାଃ- ଯେଉଁମାନଙ୍କର ଜ୍ଞାନ ନଷ୍ଟ ହୋଇ ଯାଇଥାଏ; ପ୍ରପଦ୍ୟନ୍ତେ - ଶରଣ ନିଅନ୍ତି; ଅନ୍ୟ - ଅନ୍ୟ; ଦେବତାଃ - ଦେବତାମାନଙ୍କର; ତଂ ତଂ- ସେହି; ନିୟମଂ - ନିୟମ; ଆସ୍ଥାୟ - ଅନୁସରଣ କରି; ପ୍ରକୃତ୍ୟା - ପ୍ରକୃତି ଅନୁଯାୟୀ; ନିୟତାଃ - ନିୟନ୍ତ୍ରିତ; ସ୍ୱୟା -ନିଜର ।
BG 7.20: ଯେଉଁ ବ୍ୟକ୍ତିମାନଙ୍କର ଜ୍ଞାନ ଭୌତିକ କାମନାରେ ଗ୍ରସ୍ତ ହୋଇଥାଏ, ସେମାନେ ସ୍ୱର୍ଗର ଦେବତା ମାନଙ୍କର ଶରଣାଗତି କରିଥାନ୍ତି । ନିଜର ସ୍ୱଭାବ ଅନୁଯାୟୀ, ସେମାନେ ଉପଯୁକ୍ତ ବିଧିବିଧାନ ପାଳନ ପୂର୍ବକ ସ୍ୱର୍ଗର ଦେବୀ ଦେବତା ମାନଙ୍କର ଉପାସନା କରିଥାନ୍ତି ।
କାମୈସ୍ତୈସ୍ତୈର୍ହୁତଜ୍ଞାନାଃ ପ୍ରପଦ୍ୟନ୍ତେଽନ୍ୟଦେବତାଃ ।
ତଂ ତଂ ନିୟମମାସ୍ଥାୟ ପ୍ରକୃତ୍ୟା ନିୟତାଃ ସ୍ୱୟା ।।୨୦।।
ଯେଉଁ ବ୍ୟକ୍ତିମାନଙ୍କର ଜ୍ଞାନ ଭୌତିକ କାମନାରେ ଗ୍ରସ୍ତ ହୋଇଥାଏ, ସେମାନେ ସ୍ୱର୍ଗର ଦେବତା ମାନଙ୍କର ଶରଣାଗତି କରିଥାନ୍ତି । ନିଜର ସ୍ୱଭାବ ଅନୁଯାୟୀ, ସେମାନେ ଉପଯୁକ୍ତ ବିଧିବିଧାନ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପରମ ପୁରୁଷ ଶ୍ରୀକୃଷ୍ଣ ସୃଷ୍ଟିର ସବୁକିଛିର ଆଧାର ଅଟନ୍ତି, ତେଣୁ କୌଣସି ଦେବତା ତାଙ୍କଠାରୁ ସ୍ୱତନ୍ତ୍ର ନୁହଁନ୍ତି । ଯେପରି ଗୋଟିଏ ଦେଶର ରାଷ୍ଟ୍ରପତି ଅନେକ କର୍ମଚାରୀଙ୍କ ଦ୍ୱାରା ଦେଶର ଶାସନ କରିଥାନ୍ତି, ସେହିପରି ଦେବତାଗଣ ଭଗବାନଙ୍କ ସରକାରର ଜଣେ ଜଣେ ଛୋଟ ଅଧିକାରୀ ଅଟନ୍ତି । ସେମାନେ ଆମ୍ଭମାନଙ୍କ ପରି ଜୀବ ହୋଇଥିଲେ ସୁଦ୍ଧା, ପୂର୍ବ ଜନ୍ମର ସୁକୃତ ଅନୁସାରେ ଉନ୍ନତି କରି, ସେମାନେ ଭୌତିକ ଜଗତର ପରିଚାଳନା ନିମନ୍ତେ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥାଆନ୍ତି ।
ସେମାନେ କାହାକୁ ମାୟାର ବନ୍ଧନରୁ ମୁକ୍ତ କରି ପାରିବେ ନାହିଁ, କାରଣ ସେମାନେ ନିଜେ ମୁକ୍ତ ନୁହନ୍ତି । ତଥାପି ତାଙ୍କର କ୍ଷମତା ମଧ୍ୟରେ ସେମାନେ ମନୁଷ୍ୟକୁ ଭୌତିକ ବସ୍ତୁ ପ୍ରଦାନ କରିପାରିବେ । ଭୌତିକ କାମନା ଦ୍ୱାରା ବଶୀଭୂତ ହୋଇ, ବ୍ୟକ୍ତି ଦେବତାମାନଙ୍କର ପୂଜା କରିଥାଏ ଏବଂ ସେଥିପାଇଁ ଉଦ୍ଦିଷ୍ଟ କ୍ଲିଷ୍ଟ ପ୍ରଥା ସବୁ ପାଳନ କରିଥାଏ । ଶ୍ରୀକୃଷ୍ଣ କହୁଛନ୍ତି, ଯାହାର ଜ୍ଞାନ ଭୌତିକ କାମନା ଦ୍ୱାରା ଆବୃତ୍ତ ହୋଇ ଯାଇଥାଏ, ସେମାନେ ସ୍ୱର୍ଗର ଦେବତା ମାନଙ୍କୁ ପୂଜା କରନ୍ତି ।