Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 7, Verse 22

ସ ତୟା ଶ୍ରଦ୍ଧୟା ଯୁକ୍ତସ୍ତସ୍ୟାରାଧନମୀହତେ ।
ଲଭତେ ଚ ତତଃ କାମାନ୍‌ମୟୈବ ବିହିତାହ୍ନି ତାନ୍ ।।୨୨।।

ସଃ - ସେ; ତୟା -ତାହାଦ୍ୱାରା; ଶ୍ରଦ୍ଧୟା - ବିଶ୍ୱାସରେ; ଯୁକ୍ତଃ - ଯୁକ୍ତହୋଇ; ତସ୍ୟ -ତାଙ୍କର; ଆରାଧନଂ - ଆରାଧନା; ଈହତେ - କରିବାକୁ ଇଚ୍ଛା କରେ; ଲଭତେ - ପ୍ରାପ୍ତହୁଏ; ଚ- ଏବଂ; ତତଃ - ତେଣୁ; କାମାନ୍ -କାମନା ସବୁ; ମୟା - ମୋ’ଦ୍ୱାରା; ଏବ- କେବଳ; ବିହିତାନ୍ -ପ୍ରଦାନ କରାଯାଏ; ହି -ନିଶ୍ଚିତ ଭାବରେ; ତାନ୍ -ସେଗୁଡ଼ିକୁ ।

Translation

BG 7.22: ଭକ୍ତ ବିଶ୍ୱାସ ଯୁକ୍ତ ହୋଇ ଜଣେ ଦେବତାଙ୍କର ପୂଜା କରେ ଏବଂ ତା’ର କାମ୍ୟ ବସ୍ତୁ ପ୍ରାପ୍ତ କରେ । କିନ୍ତୁ ବାସ୍ତବରେ ସେହି ଫଳାଫଳର ବ୍ୟବସ୍ଥା ମୁଁ ହିଁ କରିଥାଏ ।

Commentary

ଲଭତେ ଅର୍ଥ “ସେମାନେ ପ୍ରାପ୍ତ କରନ୍ତି ।” ଦେବତାମାନଙ୍କର ଭକ୍ତମାନେ, ତାଙ୍କୁ ପୂଜାକରି, ନିଜର ଇପ୍‌ସିତ ଫଳ ପ୍ରାପ୍ତ କରିପାରନ୍ତି, କିନ୍ତୁ ବାସ୍ତବରେ ସେହି ଫଳ ଦେବତାମାନେ ଦେଇ ନ ଥାନ୍ତି । ତାହା ଭଗବାନ ହିଁ ମଞ୍ଜୁର କରିଥାନ୍ତି । ଏହି ଶ୍ଲୋକଟି ସ୍ପଷ୍ଟଭାବେ ଦର୍ଶାଇଅଛି ଯେ, ଦେବତାମାନଙ୍କର ଭୌତିକ ଫଳ ପ୍ରଦାନ କରିବାର କ୍ଷମତା ମଧ୍ୟ ନାହିଁ । ଭଗବାନ ତାହା ମଞ୍ଜୁର କଲେ ହିଁ ସେମାନେ ତାଙ୍କ ଭକ୍ତମାନଙ୍କୁ ଫଳ ପ୍ରଦାନ କରି ପାରିବେ । କିନ୍ତୁ ସ୍ୱଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ ଏହା ଭାବିଥାନ୍ତି ଯେ, ଏହି ଲାଭ ସେମାନେ ପୂଜା କରୁଥିବା ଦେବତାଙ୍କଠାରୁ ଉପଲବ୍ଧ ହୋଇଛି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
7. ଜ୍ଞାନ ବିଜ୍ଞାନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!