Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 8, Verse 11

ଯଦକ୍ଷରଂ ବେଦବିଦୋ ବଦନ୍ତି
ବିଶନ୍ତି ଯଦ୍ଦ୍ୟତୟୋ ବିତରାଗାଃ ।
ଯଦିଚ୍ଛନ୍ତୋ ବ୍ରହ୍ମଚର୍ଯ୍ୟଂ ଚରନ୍ତି
ତତ୍ତେ ପଦଂ ସଙ୍ଗ୍ର୍ରହେଣ ପ୍ରବକ୍ଷ୍ୟେ ।।୧୧।।

ଯତ୍ - ଯେଉଁ; ଅକ୍ଷରଂ - ଅକ୍ଷର, ଅବ୍ୟୟ; ବେଦ-ବିଦଃ - ବେଦଜ୍ଞମାନେ (ବେଦ ଜାଣିଥିବା ବ୍ୟକ୍ତି); ବଦନ୍ତି - କହନ୍ତି; ବିଶନ୍ତି - ପ୍ରବେଶ କରନ୍ତି; ଯତ୍ - ଯେଉଁଥିରେ, ଯତୟଃ - ମହାନ୍ ମୁନି-ଋଷିବୃନ୍ଦ; ବୀତ-ରାଗାଃ - ସନ୍ନ୍ୟାସାଶ୍ରମରେ; ଯତ୍ - ଯାହା; ଇଚ୍ଛନ୍ତଃ - ଇଚ୍ଛାକରି; ବ୍ରହ୍ମଚର୍ଯ୍ୟଂ - ବ୍ରହ୍ମଚର୍ଯ୍ୟ; ଚରନ୍ତି - ଆଚରଣ କରନ୍ତି, ଅଭ୍ୟାସ କରନ୍ତି; ତତ୍ - ତାହା; ତେ - ତୁମକୁ; ପଦଂ - ଲକ୍ଷ୍ୟ; ସଂଗ୍ରହେଣ - ସଂକ୍ଷେପରେ; ପ୍ରବକ୍ଷେ - ମୁଁ କହିବି ।

Translation

BG 8.11: ବେଦଜ୍ଞ ପଣ୍ଡିତମାନେ ତାଙ୍କୁ ଅକ୍ଷର କହନ୍ତି; ବଡ ବଡ ତପସ୍ୱୀମାନେ ତାଙ୍କ ମଧ୍ୟରେ (ବ୍ରହ୍ମ ମଧ୍ୟରେ) ପ୍ରବେଶ କରିବା ପାଇଁ ସାଂସାରିକ ସୁଖ ତ୍ୟାଗ କରି ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି । ମୁଁ ବର୍ତ୍ତମାନ ସଂକ୍ଷେପରେ ତୁମକୁ ସେହି ଲକ୍ଷ୍ୟର ମାର୍ଗ ବିଷୟରେ କହିବି ।

Commentary

ବେଦରେ ଭଗବାନଙ୍କୁ ଅନେକ ନାମରେ ବର୍ଣ୍ଣନା କରାଯାଇଅଛି । ସେଥି ମଧ୍ୟରୁ କେତେକ ହେଲା: ସତ୍‌, ଅଭ୍ୟାକୃତ୍‌, ପ୍ରାଣ, ଇନ୍ଦ୍ର, ଦେବ, ବ୍ରହ୍ମ, ପରମାତ୍ମା, ଭଗବାନ, ପୁରୁଷ ଇତ୍ୟାଦି । ଅନେକ ସ୍ଥାନରେ, ତାଙ୍କର ନିରାକାର ସ୍ୱରୂପ ବର୍ଣ୍ଣନା କରିବା ସମୟରେ, ତାଙ୍କୁ ଅକ୍ଷର ନାମରେ ସମ୍ବୋଧନ କରାଯାଇଅଛି । ଅକ୍ଷର ଶବ୍ଦର ଅର୍ଥ ହେଲା ‘ଅବିନଶ୍ୱର’ ।

ବୃହଦାରଣ୍ୟକ ଉପନିଷଦରେ ଉଲ୍ଲେଖ ଅଛି: -

“ଏତସ୍ୟ ବା ଅକ୍ଷରସ୍ୟ ପ୍ରଶାସନେ ଗାର୍ଗି ସୂର୍ଯ୍ୟଚନ୍ଦ୍ରମସୌ ବିଧୃତୌ ତିଷ୍ଠତଃ ।” (୩.୮.୯)

ଅକ୍ଷର ବ୍ରହ୍ମଙ୍କର ଶକ୍ତିଶାଳୀ ନିୟନ୍ତ୍ରଣରେ ସୂର୍ଯ୍ୟ, ଚନ୍ଦ୍ର ତାଙ୍କର ପଥରେ ସ୍ଥିତ ରହନ୍ତି । ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଯୋଗ-ମିଶ୍ରିତା ଭକ୍ତି ବିଷୟରେ ବର୍ଣ୍ଣନା କରିଛନ୍ତି ଯଦ୍ୱାରା ନିରାକାର ବ୍ରହ୍ମଙ୍କୁ ପ୍ରାପ୍ତ କରାଯାଇ ପାରିବ । ସଂଗ୍ରହେଣ ଶବ୍ଦର ଅର୍ଥ ହେଲା ସଂକ୍ଷିପ୍ତ । ଏହି ମାର୍ଗ ସମସ୍ତଙ୍କ ପାଇଁ ଉପଯୁକ୍ତ ହୋଇ ନ ଥିବାରୁ, ଏହା ଉପରେ ଗୁରୁତ୍ୱ ନ ଦେଇ, ସେ ଏହି ମାର୍ଗକୁ ସଂକ୍ଷେପରେ ବର୍ଣ୍ଣନା କରିବେ ।

ଏହି ମାର୍ଗରେ ବ୍ୟକ୍ତିଙ୍କୁ ସାଂସାରିକ କାମନା ତ୍ୟାଗ କରି, ବ୍ରହ୍ମଚର୍ଯ୍ୟ ପାଳନ କରି, ସଂଯମଯୁକ୍ତ ଜୀବନଯାପନ କରି କଠୋର ତପସ୍ୟା କରିବାକୁ ପଡିଥାଏ । ବ୍ରହ୍ମଚର୍ଯ୍ୟ ଦ୍ୱାରା ଦୈହିକ ଶକ୍ତି ସଞ୍ଚୟ ହୋଇ ସାଧନା ଦ୍ୱାରା ଆଧ୍ୟାତ୍ମିକ ଶକ୍ତିରେ ରୂପାନ୍ତରିତ ହୁଏ । ବ୍ରହ୍ମଚର୍ଯ୍ୟ ପାଳନ କରୁଥିବା ସାଧକ ସ୍ମରଣ ଶକ୍ତି ଏବଂ ବୁଦ୍ଧିର ବିକାଶ କରି ଆଧ୍ୟାତ୍ମିକ ବିଷୟ ହୃଦୟଙ୍ଗମ କରିପାରେ । ଏହାର ବର୍ଣ୍ଣନା ଶ୍ଳୋକ ୬.୧୪ରେ କରାଯାଇଅଛି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
8. ଅକ୍ଷର ବ୍ରହ୍ମ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!