ତପାମ୍ୟହମହଂ ବର୍ଷଂ ନିଗୃହ୍ଣାମ୍ୟୁତ୍ସୃଜାମି ଚ ।
ଅମୃତଂ ଚୈବ ମୃତ୍ୟୁଶ୍ଚ ସଦସଚ୍ଚାହମ୍ର୍ଜ୍ଜୁନ ।।୧୯।।
ତପାମି - ଉତ୍ତାପ ଦିଏ; ଅହଂ - ମୁଁ; ଅହଂ- ମୁଁ; ବର୍ଷଂ - ବର୍ଷା; ନିଗୃହ୍ଣାମି - ବନ୍ଦ କରାଏ; ତତ୍ -ସୃଜାମି - ପଠାଏ; ଚ - ଏବଂ; ଅମୃତଂ - ଅମରତ୍ୱ: ଚ- ଏବଂ; ଏବ - ନିଶ୍ଚିତ ରୂପେ: ମୃତ୍ୟୁଃ - ମୃତ୍ୟୁ; ଚ - ଏବଂ; ସତ୍- ଶାଶ୍ୱତ; ଅସତ୍- କ୍ଷଣସ୍ଥାୟୀ; ଚ - ଏବଂ; ଅହଂ - ମୁଁ; ଅର୍ଜୁନ - ହେ ଅର୍ଜୁନ!
BG 9.19: ହେ ଅର୍ଜୁନ, ସୂର୍ଯ୍ୟ ରୂପରେ ମୁଁ ଉତ୍ତାପ ବିକିରଣ କରେ; ବୃଷ୍ଟି କରାଏ ଏବଂ ବନ୍ଦ କରାଏ । ମୁଁ ଅମରତ୍ୱ ତଥା ମୃତ୍ୟୁର ମୂର୍ତ୍ତିମନ୍ତ ସ୍ୱରୂପ ଅଟେ । ମୁଁ ଉଭୟ ସଜୀବ ଏବଂ ନିର୍ଜୀବ ବସ୍ତୁ ଅଟେ ।
ତପାମ୍ୟହମହଂ ବର୍ଷଂ ନିଗୃହ୍ଣାମ୍ୟୁତ୍ସୃଜାମି ଚ ।
ଅମୃତଂ ଚୈବ ମୃତ୍ୟୁଶ୍ଚ ସଦସଚ୍ଚାହମ୍ର୍ଜ୍ଜୁନ ।।୧୯।।
ହେ ଅର୍ଜୁନ, ସୂର୍ଯ୍ୟ ରୂପରେ ମୁଁ ଉତ୍ତାପ ବିକିରଣ କରେ; ବୃଷ୍ଟି କରାଏ ଏବଂ ବନ୍ଦ କରାଏ । ମୁଁ ଅମରତ୍ୱ ତଥା ମୃତ୍ୟୁର ମୂର୍ତ୍ତିମନ୍ତ ସ୍ୱରୂପ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ଭଗବାନ ସୃଷ୍ଟି ପ୍ରାରମ୍ଭ କଲେ, ସର୍ବପ୍ରଥମେ ସେ ପ୍ରଥମ ପୁରୁଷ ବ୍ରହ୍ମାଙ୍କୁ ପ୍ରକଟ କଲେ ଏବଂ ଜୀବ ଜଗତ ସୃଷ୍ଟି କରିବା ଦାୟୀତ୍ୱ ତାଙ୍କୁ ଦେଲେ । ସୁକ୍ଷ୍ମ ମାୟାଶକ୍ତିରୁ କିଭଳି ସଂସାର ସୃଷ୍ଟି କରାଯିବ ତାହା ଚିନ୍ତା କରି ବ୍ରହ୍ମା ବିସ୍ମୟାଭିଭୂତ ହୋଇ ପଡ଼ିଲେ । ତାପରେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କଲେ । ଏହାକୁ ଚତୁଃଶ୍ଲୋକୀ ଭାଗବତ କୁହାଯାଏ । ଏହାର ଆଧାରର ବ୍ରହ୍ମା ସୃଷ୍ଟି କରିବାକୁ ଅଗ୍ରସର ହେଲେ । ଏହାର ପ୍ରଥମ ଶ୍ଲୋକ ଘୋଷଣା କରେ:
“ଅହମେବାସମେବାଗ୍ରେ ନାନ୍ୟଦ୍ୟତ୍ସଦସତ୍ ପରମ୍ ।
ପଶ୍ଚାଦହଂ ଯଦେତଚ୍ଚ ଯୋ ବଶିଷ୍ୟେତ ସୋଽସ୍ମ୍ୟହମ୍ ।।”
ଶ୍ରୀକୃଷ୍ଣ ବ୍ରହ୍ମାଙ୍କୁ କହୁଛନ୍ତି : “ମୁଁ ହିଁ ସବୁକିଛି । ସୃଷ୍ଟିର ପୂର୍ବରୁ ମୁ ହିଁ ଥିଲି । ବର୍ତ୍ତମାନ ସୃଷ୍ଟିରେ ବିଶ୍ୱର ସମସ୍ତ ପ୍ରକାଶିତ ବସ୍ତୁ ମୁଁ ହିଁ ଅଟେ । ପ୍ରଳୟ ପରେ ମୁଁ ହିଁ ଏକୁଟିଆ ରହିବି । ମୋ ବ୍ୟତିତ ଅନ୍ୟ କିିଛି ନାହିଁ । ଉପରୋକ୍ତ ସତ୍ୟ ଏହା ପ୍ରତିପାଦିତ କରେ ଯେ ଯେଉଁ ଦ୍ରବ୍ୟ ଦ୍ୱାରା ଆମେ ଭଗବାନଙ୍କର ଉପାସନା କରିଥାଏ, ତାହା ମଧ୍ୟ ଭଗବାନ ଅଟନ୍ତି । ଗଙ୍ଗାସ୍ନାନ କରିବାକୁ ଯାଇ ଲୋକେ ଶରୀରର ନିମ୍ନ ଅଂଶକୁ ନଦୀରେ ବୁଡ଼ାଇ, ଅଞ୍ଜୁଳାରେ ପାଣି ନେଇ ତାହାକୁ ଗଙ୍ଗାକୁ ହିଁ ଅର୍ପଣ କରନ୍ତି । ଏହିପରି ଭାବରେ ସେମାନେ ଗଙ୍ଗାଜଳରେ ହିଁ ଗଙ୍ଗାଙ୍କର ତର୍ପଣ କରନ୍ତି । ସେହିପରି ସବୁକିଛି ଭଗବାନ ହୋଇଥିବା ଦୃଷ୍ଟିରୁ ଆମେ ପୂଜା କରିବା ପାଇଁ ଯେଉଁ ବସ୍ତୁର ବ୍ୟବହାର କରିଥାଏ, ତାହା ଭଗବାନଙ୍କ ଠାରୁ ଭିନ୍ନ ନୁହେଁ । ଶ୍ଲୋକ ସଂଖ୍ୟା୧୬ ଏବଂ ୧୭ରେ, ଶ୍ରୀକୃଷ୍ଣ ନିଜର ସ୍ୱରୂପ ବର୍ଣ୍ଣନା କରିବାକୁ ଯାଇ କହିଥିଲେ, ସେ ହିଁ ବେଦ, ଯଜ୍ଞ ଅଗ୍ନି, ଓଁ କାର, ବିଶୁଦ୍ଧ ଘୃତ ଏବଂ ଅର୍ପଣ ପ୍ରକ୍ରିୟା ମଧ୍ୟ ସେ ହିଁ ଅଟନ୍ତି । ତେଣୁ ଆମ ଭକ୍ତିର ସ୍ୱରୂପ ବା ମନୋଭାବ ଯାହା ହେଉନା କାହିଁକି, ଭଗବାନଙ୍କ ବ୍ୟତିତ ଅନ୍ୟ କିଛି ହିଁ ନାହିଁ, ଯାହା ଆମେ ତାଙ୍କୁ ଅର୍ପଣ କରି ପାରିବା । ତଥାପି ବସ୍ତୁ ନୁହେଁ, ଆମର ପ୍ରେମଯୁକ୍ତ ଭାବନା ହିଁ ଭଗବାନଙ୍କୁ ସନ୍ତୁଷ୍ଟ କରିଥାଏ ।