ମନ୍ମନା ଭବ ମଦ୍ଭକ୍ତୋ ମଦ୍ୟାଜୀ ମାଂ ନମସ୍କୁରୁ ।
ମାମେବୈଷ୍ୟସି ଯୁକ୍ତୈ୍ୱବମାତ୍ମାନଂ ମତ୍ପରାୟଣଃ ।।୩୪।।
ମତ୍-ମନାଃ -ସର୍ବଦା ମୋର ସ୍ମରଣ କର; ଭବ-ହୁଅ; ମତ୍-ମୋର; ଭକ୍ତଃ-ଭକ୍ତ; ମତ୍-ମୋର; ୟାଜୀ-ଉପାସକ; ମାମ୍=ମୋତେ; ନମସ୍କୁରୁ-ନମସ୍କାର କର; ମାମ୍-ମୋତେ; ଏବ-ପୂର୍ଣ୍ଣରୂପେ; ଏଷ୍ୟସି-ଆସିବ; ଯୁକ୍ତା ଏବଂ- ଏହିପରି ଯୁକ୍ତ ହୋଇ; ଆତ୍ମାନଂ-ତୁମର ଆତ୍ମା; ମତ୍-ପରାୟଣଃ- ମୋର ଅନୁଗତ ।
BG 9.34: ସର୍ବଦା ମୋତେ ସ୍ମରଣ କର, ମୋର ଭକ୍ତି କର, ମୋତେ ପୂଜା କର ଏବଂ ମୋତେ ପ୍ରଣାମ କର । ତୁମର ମନ ଏବଂ ଶରୀରକୁ ମୋତେ ସମର୍ମଣ କଲେ, ନିଶ୍ଚିତ ଭାବେ ମୋର ସାମିପ୍ୟ ଲାଭ କରିବ ।
ମନ୍ମନା ଭବ ମଦ୍ଭକ୍ତୋ ମଦ୍ୟାଜୀ ମାଂ ନମସ୍କୁରୁ ।
ମାମେବୈଷ୍ୟସି ଯୁକ୍ତୈ୍ୱବମାତ୍ମାନଂ ମତ୍ପରାୟଣଃ ।।୩୪।।
ସର୍ବଦା ମୋତେ ସ୍ମରଣ କର, ମୋର ଭକ୍ତି କର, ମୋତେ ପୂଜା କର ଏବଂ ମୋତେ ପ୍ରଣାମ କର । ତୁମର ମନ ଏବଂ ଶରୀରକୁ ମୋତେ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ପୂରା ଅଧ୍ୟାୟରେ ଭକ୍ତି ଏବଂ ଭକ୍ତି ମାର୍ଗ ଉପରେ ଗୁରୁତ୍ୱାରୋପଣ କରିବା ପରେ, ଅର୍ଜୁନଙ୍କୁ ତାଙ୍କର ଭକ୍ତ ହେବାକୁ ଉପଦେଶ ଦେଇ, ଶ୍ରୀକୃଷ୍ଣ ଅଧ୍ୟାୟର ସମାପ୍ତି କରୁଛନ୍ତି । ବାସ୍ତବିକ ଯୋଗ ଭାବରେ ଚେତନାକୁ ଭଗବାନଙ୍କ ସହିତ ସଂଲଗ୍ନ ରଖିବା ପାଇଁ, ସେ ଅର୍ଜୁନଙ୍କୁ ତାଙ୍କର ଉପାସନା କରିବାକୁ, ତାଙ୍କ ଦିବ୍ୟ ରୂପର ଧ୍ୟାନ କରିବାକୁ, ଏବଂ ପୂର୍ଣ୍ଣ ବିନମ୍ରତାର ସହିତ ପ୍ରଣାମ କରିବାକୁ ଉପଦେଶ ଦେଇଛନ୍ତି ।
ନମସ୍କୁରୁ (ବିନମ୍ରତା ସହିତ ପ୍ରଣାମ କରିବା), ଭକ୍ତି କରିବା ସମୟରେ ଉଦ୍ରେକ ହେଉଥିବା ଅହଂଭାବକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦିଏ । ଅତଏବ,ବ୍ୟକ୍ତି ଅହଂକାର ମୁକ୍ତ ହୋଇ, ଭକ୍ତିପୁତ ହୃଦୟରେ ନିଜର ସମସ୍ତ ଚିନ୍ତନ ଓ କର୍ମକୁ ପରମାତ୍ମାଙ୍କୁ ଅର୍ପଣ କରିବା ଉଚିତ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆଶ୍ୱାସନା ଦେଉଛନ୍ତି ଯେ ଭକ୍ତି ଯୋଗ ଦ୍ୱାରା ଏହି ପୂର୍ଣ୍ଣ ସଂଯୋଗ ନିଶ୍ଚିତ ଭାବରେ ଭଗବତ୍ ପ୍ରାପ୍ତିର ଫଳ ପ୍ରଦାନ କରିବ, ଏଥିରେ କୌଣସି ସନ୍ଦେହ ନାହିଁ ।