Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 18, Verse 70

ଅଧ୍ୟେଷ୍ୟତେ ଚ ଯ ଇମଂ ଧର୍ମ୍ୟଂ ସଂବାଦମାବୟୋଃ ।
ଜ୍ଞାନଯଜେ୍ଞନ ତେନାହମିଷ୍ଟଃ ସ୍ୟାମିତି ମେ ମତିଃ ।।୭୦।।

ଅଧ୍ୟେଷ୍ୟତେ-ଅଧ୍ୟୟନ କରିବା; ଚ-ଏବଂ; ଯଃ-ଯିଏ; ଇମଂ-ଏହି; ଧର୍ମ୍ୟଂ-ପବିତ୍ର; ସଂବାଦମ୍‌-ସଂବାଦ; ଆବୟୋଃ-ଆମ ଦୁହିଁଙ୍କର; ଜ୍ଞାନ-ଜ୍ଞାନ; ଯଜେ୍ଞନ-ତେନ -ଜ୍ଞାନ ଯଜ୍ଞ ଦ୍ୱାରା; ଅହଂ- ମୁଁ; ଇଷ୍ଟଃ-ପୂଜିତ; ସ୍ୟାମ୍‌-ହେବି; ଇତି-ଏହା; ମେ-ମୋର; ମତିଃ-ମତ ।

Translation

BG 18.70: ମୁଁ ଘୋଷଣା କରୁଛି ଯେ ଯେଉଁମାନେ ଆମ ଦୁଇ ଜଣଙ୍କର ଏହି ପବିତ୍ର ବାର୍ତ୍ତାଳାପକୁ ଅଧ୍ୟୟନ କରିବେ, ସେମାନେ ଜ୍ଞାନ ଯଜ୍ଞ ଦ୍ୱାରା ମୋର ଉପାସନା କରିବେ (ତାଙ୍କ ବୁଦ୍ଧିଦ୍ୱାରା) । ଏହା ମୋର ମତ ଅଟେ ।

Commentary

ଶ୍ରୀକୃଷ୍ଣ ବାରମ୍ବାର ଅର୍ଜୁନଙ୍କୁ ତାଙ୍କର ବୁଦ୍ଧି ଭଗବାନଙ୍କୁ ସମର୍ପଣ କରିବାକୁ କହିଛନ୍ତି (ଶ୍ଳୋକ ୮.୭, ୧୨.୮) । ଏହାର ଅର୍ଥ ନୁହେଁ ଯେ, ଆମେ ବୁଦ୍ଧିର ଉପଯୋଗ ବନ୍ଦ କରିଦେବା; ବରଂ ଏହାର ଅର୍ଥ, ଭଗବାନଙ୍କର ଇଚ୍ଛାପୂରଣ କରିବା ପାଇଁ ଆମର ସାମର୍ଥ୍ୟ ଅନୁସାରେ ଏହାର ବିନିଯୋଗ କରିବା । ଭଗବଦ୍ ଗୀତାର ସନ୍ଦେଶରୁ ଆମେ ଭଗବାନଙ୍କର ଇଚ୍ଛା ବିଷୟରେ ଅବଗତ ହୋଇଥାଉ । ତେଣୁ ଯିଏ ଏହି ପବିତ୍ର ବାର୍ତ୍ତାଳାପ ଅଧ୍ୟୟନ କରନ୍ତି, ସେ ନିଜ ବୁଦ୍ଧି ସାହାଯ୍ୟରେ ଭଗବାନଙ୍କର ଉପାସନା କରନ୍ତି ।

Bookmark this Verse

Sign in to save your favorite verses.

Add a Note
Swami Mukundananda
18. ମୋକ୍ଷ ସନ୍ୟାସ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!