Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 2, Verse 69

ଯା ନିଶା ସର୍ବଭୂତାନାଂ ତସ୍ୟାଂ ଜାଗର୍ତି ସଂଯମୀ ।
ଯସ୍ୟାଂ ଜାଗ୍ରତି ଭୂତାନି ସା ନିଶା ପଶ୍ୟତୋ ମୁନେଃ ।।୬୯।।

ଯା- ଯାହା; ନିଶା-ରାତ୍ରି; ସର୍ବ-ସମସ୍ତ; ଭୂତାନାଂ-ଜୀବମାନଙ୍କର; ତସ୍ୟାଂ-ସେଥିରେ; ଜାଗର୍ତି-ଜାଗ୍ରତ; ସଂଯମୀ- ଆତ୍ମସଂଯମୀ; ଯସ୍ୟାଂ-ଯେଉଁଥିରେ; ଜାଗ୍ରତି-ଜାଗ୍ରତ; ଭୂତାନି-ସମସ୍ତ ଜୀବ; ସା-ତାହା; ନିଶା- ରାତ୍ରି; ପଶ୍ୟତଃ-ଦେଖନ୍ତି; ମୁନେଃ- ମୁନିମାନେ ।

Translation

BG 2.69: ଯାହାକୁ ସମସ୍ତ ପ୍ରାଣୀ ଦିନ ଭାବରେ ବିଚାର କରନ୍ତି, ତାହା ବିଜ୍ଞ ଲୋକର ଅଜ୍ଞାନର ରାତ୍ରି ଅଟେ ଏବଂ ଯାହାକୁ ସମସ୍ତ ପ୍ରାଣୀ ରାତ୍ରି ଭାବରେ ବିବେଚନା କରନ୍ତି, ତାହା ମନନଶୀଳ ମୁନିମାନଙ୍କ ପାଇଁ ଦିନ ଅଟେ ।

Commentary

ଶ୍ରୀକୃଷ୍ଣ ଏଠାରେ ଦିନ ଓ ରାତିକୁ ସାଂକେତିକ ଅର୍ଥରେ ବ୍ୟବହାର କରିଛନ୍ତି । ଲୋକମାନେ ଅନେକ ସମୟରେ ଏହାର ଆକ୍ଷରିକ ଅର୍ଥ କରି ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି । ଏକଦା ଜଣେ ଖଡ଼େଶ୍ରୀ ବାବା (ଛିଡ଼ା ହୋଇ ରହୁôଥିବା ସାଧୁ) ଥିଲେ, ଯାହାଙ୍କୁ ତାଙ୍କର ଶିଷ୍ୟମାନେ ଜଣେ ଅତି ଉଚ୍ଚକୋଟୀର ସାଧୁ ବୋଲି କହୁôଥିଲେ । ସେ ପଞ୍ଚତିରିଶ ବର୍ଷ ଧରି ଶୋଇ ନ ଥିଲେ । ସେ ତାଙ୍କ କକ୍ଷରେ ଏକ ଝୁଲନ୍ତା ଦଉଡ଼ି କାଖତଳେ ଧରି ଛିଡା ହୋଇ ରହୁଥିଲେ । ସେ ଛିଡ଼ା ହେବା ଭଙ୍ଗିରେ ରହିବା ପାଇଁ ସେଇ ଦଉଡ଼ିକୁ ବ୍ୟବହାର କରୁôଥିଲେ । ଏପରି କଷ୍ଟଦାୟୀ ସାଧନା ପାଇଁ ସେ କେଉଁଠାରୁ ପ୍ରେରଣା ପାଇଛନ୍ତି ବୋଲି ତାଙ୍କୁ ପ୍ରଶ୍ନ କଲେ, ସେ ଭଗବଦ୍ ଗୀତାର ଏହି ଶ୍ଳୋକକୁ ଉଦ୍ଧୃତ କରୁଥିଲେ: “ଯାହାକୁ ସକଳ ପ୍ରାଣୀ ରାତି ଭାବରେ ଦେଖନ୍ତି, ବିଜ୍ଞଲୋକ ତାକୁ ଦିନ ଭାବରେ ବିବେଚନା କରିଥାଏ ।” ଏହାକୁ ପାଳନ କରିବାକୁ ସେ ରାତିରେ ଶୋଇବା ତ୍ୟାଗ କରିଥିଲେ । ଦେଖନ୍ତୁ, ଶ୍ଳୋକର କେତେ ଭୁଲ୍ ବୁଝାମଣା ! ସେହିପରି ଛିଡ଼ା ହେବା ଦ୍ୱାରା ତାଙ୍କର ପାଦ ଓ ଗୋଡ଼ର ନିମ୍ନ ଅଂଶ ଫୁଲିଯାଇଥିଲା ଏବଂ ପ୍ରକୃତରେ ଛିଡ଼ା ହେବା ବ୍ୟତୀତ ସେ ଅନ୍ୟ କିଛି କରିପାରୁ ନ ଥିଲେ ।

ଆସନ୍ତୁ ଶ୍ରୀକୃଷ୍ଣଙ୍କ ବାଣୀର ପ୍ରକୃତ ଅର୍ଥ ବୁଝିବାକୁ ଚେଷ୍ଟା କରିବା । ଯେଉଁମାନଙ୍କର ଚିନ୍ତାଧାରା ପାର୍ଥିବ, ସେମାନେ ସଂସାରର ଭୋଗକୁ ହିଁ ଜୀବନର ପ୍ରକୃତ ଲକ୍ଷ୍ୟ ଭାବେ ଧରିନିଅନ୍ତି । ସେମାନେ ସାଂସାରିକ ସୁଖ ପ୍ରାପ୍ତିକୁ ଜୀବନର ସଫଳତା ବା ଦିନ ଭାବିଥାନ୍ତି, ଏବଂ ଇନ୍ଦ୍ରିୟସୁଖରୁ ବଞ୍ôଚତ ହେବାକୁ ଅନ୍ଧକାର ବା ରାତ୍ରି ଭାବିଥାନ୍ତି । ଅନ୍ୟ ପକ୍ଷରେ, ଯେଉଁମାନେ ଦିବ୍ୟ ଜ୍ଞାନଯୁକ୍ତ, ସେମାନେ ଇନ୍ଦ୍ରିୟ ସୁଖକୁ ଆତ୍ମା ପାଇଁ କ୍ଷତିକାରକ ମନେ କରିଥାନ୍ତି ଏବଂ ତାକୁ ରାତ୍ରି ସହିତ ତୁଳନା କରନ୍ତି । ସେମାନେ ଇନ୍ଦ୍ରିୟ ସୁଖ ଠାରୁ ଦୂରେଇ ରହି ଆତ୍ମାର ଉନ୍ନତି କରିବାକୁ ପ୍ରକୃତ ଦିନ ଭାବରେ ବିଚାର କରନ୍ତି । ଶ୍ରୀକୃଷ୍ଣ ଏହିସବୁ ଶବ୍ଦର ଉପମା ଦେଇ କହୁଛନ୍ତି ଯେ, ବିଜ୍ଞ ବ୍ୟକ୍ତିମାନେ ଯାହାକୁ ରାତ୍ରି ଭାବିଥାନ୍ତି, ସଂସାରୀ ବ୍ୟକ୍ତି ତାହାକୁ ଦିନ ଭାବିଥାଏ ଓ ବିଜ୍ଞ ବ୍ୟକ୍ତି ଯାହାକୁ ଦିନ କହିଥାନ୍ତି, ତାକୁ ସାଂସାରିକ ବ୍ୟକ୍ତି ରାତ୍ରି ବିବେଚନା କରିଥାଏ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
2. ସାଂଖ୍ୟ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!