ଏବଂ ବହୁବିଧା ଯଜ୍ଞା ବିତତା ବ୍ରହ୍ମଣୋ ମୁଖେ ।
କର୍ମଜାନ୍ବିଦ୍ଧି ତାନ୍ସର୍ବାନେବଂ ଜ୍ଞାତ୍ୱା ବିମୋକ୍ଷ୍ୟସେ ।।୩୨।।
ଏବଂ - ଏହିପରି; ବହୁବିଧା - ବିଭିନ୍ନ ପ୍ରକାର; ଯଜ୍ଞ - ଯଜ୍ଞକର୍ମ; ବିତତାଃ -ବର୍ଣ୍ଣନା କରି; ବ୍ରହ୍ମଣଃ- ବେଦର; ମୁଖେ- ମୁଖରେ; କର୍ମଜାନ୍- କର୍ମରୁ ଜାତ; ବିଦ୍ଧି -ଜାଣ; ତାନ୍ -ସେଗୁଡିକ; ସର୍ବାନ୍ -ସମସ୍ତ; ଏବଂ -ଏହିପରି; ଜ୍ଞାତ୍ୱା -ଜାଣି; ବିମୋକ୍ଷ୍ୟସେ - ମୁକ୍ତ ହୁଅ ।
BG 4.32: ଏହିପରି ବିଭିନ୍ନ ପ୍ରକାରର ଯଜ୍ଞ ବେଦରେ ବର୍ଣ୍ଣିତ ହୋଇଛି । ତାହା ଭିନ୍ନ ଭିନ୍ନ ପ୍ରକାରର କର୍ମରୁ ଉତ୍ପନ୍ନ ହେଉଥିବା ବିଷୟରେ ଜାଣ; ଏହି ଜ୍ଞାନ ମାୟିକ ବନ୍ଧନର ଗ୍ରନ୍ଥିକୁ ଛିନ୍ନ କରିଦିଏ ।
Start your day with a nugget of timeless inspiring wisdom from the Holy Bhagavad Gita delivered straight to your email!
ବେଦର ଏକ ସୁନ୍ଦର ବୈଶିଷ୍ଟ୍ୟ ହେଲା, ଏହା ମାନବ ପ୍ରକୃତିର ବିସ୍ତୃତ ବିବିଧତାକୁ ଲକ୍ଷ୍ୟ କରି ସମସ୍ତଙ୍କର ଉଦ୍ଦେଶ୍ୟକୁ ପୂରା କରିଥାଏ । ବିଭିନ୍ନ ପ୍ରକାରର କର୍ତ୍ତାଙ୍କ ପାଇଁ ଏଥିରେ ବିଭିନ୍ନ ପ୍ରକାର ଯଜ୍ଞର ବର୍ଣ୍ଣନା କରାଯାଇଛି । ଏ ସମସ୍ତଙ୍କ ମଧ୍ୟରେ ଏକ ସାଧାରଣ ସୂତ୍ର ଏହା ଯେ ସେସବୁ ଭଗବାନଙ୍କ ପ୍ରତି ଭକ୍ତିଯୁକ୍ତ ସମର୍ପଣ ଭାବରେ କରାଯିବା ଆବଶ୍ୟକ । ଏହା ଜାଣି, ବେଦର ବହୁମୁଖୀ ନିର୍ଦ୍ଦେଶରେ ଚକିତ ନ ହୋଇ, ନିଜ ସ୍ୱଭାବ ଅନୁସାରେ ଯେ କୌଣସି ପ୍ରକାରର ଯଜ୍ଞ କରି ବ୍ୟକ୍ତି ମାୟିକ ବନ୍ଧନରୁ ମୁକ୍ତ ହୋଇପାରିବ ।