ଯଂ ଲବଧ୍ୱା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ ।
ଯସ୍ମିନ୍ସ୍ଥିତୋ ନ ଦୁଃଖେନ ଗୁରୁଣାପି ବିଚାଲ୍ୟତେ ।।୨୨।।
ଯଂ-ଯାହାକୁ ; ଲବ୍ଧା-ଲାଭ କରି; ଚ-ଏବଂ; ଅପରଂ-ଅନ୍ୟ; ଲାଭଂ-ଲାଭ; ମନ୍ୟତେ-ମନେକରେ ନାହିଁ; ନ-ନୁହେଁ; ଅଧିକଂ-ଅଧିକ; ତତଃ-ତାହାଠାରୁ; ଯସ୍ମିନ୍-ଯେଉଁଥିରେ; ସ୍ଥିତଃ-ସ୍ଥିର ହୋଇ; ନ-ନୁହେଁ; ଦୁଃଖେନ-ଦୁଃଖରେ; ଗୁରୁଣାପି-ଯଦିଓ ସର୍ବୋଚ୍ଚ; ବିଚାଲ୍ୟତେ-ବିଚଳିତ ହୁଏ ।
BG 6.22: ଏହି ଅବସ୍ଥାକୁ ପ୍ରାପ୍ତ କରି, ବ୍ୟକ୍ତି ଅନ୍ୟ କୌଣସି ପ୍ରାପ୍ତବ୍ୟକୁ ତାହାଠାରୁ ଶ୍ରେଷ୍ଠ ମନେ କରେ ନାହିଁ ଏବଂ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତିରେ ମଧ୍ୟ ବିଚଳିତ ହୁଏ ନାହିଁ ।
ଯଂ ଲବଧ୍ୱା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ ।
ଯସ୍ମିନ୍ସ୍ଥିତୋ ନ ଦୁଃଖେନ ଗୁରୁଣାପି ବିଚାଲ୍ୟତେ ।।୨୨।।
ଏହି ଅବସ୍ଥାକୁ ପ୍ରାପ୍ତ କରି, ବ୍ୟକ୍ତି ଅନ୍ୟ କୌଣସି ପ୍ରାପ୍ତବ୍ୟକୁ ତାହାଠାରୁ ଶ୍ରେଷ୍ଠ ମନେ କରେ ନାହିଁ ଏବଂ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତିରେ ମଧ୍ୟ ବିଚଳିତ ହୁଏ …
Sign in to save your favorite verses.
Sign InStart your day with the timeless inspiring wisdom from the Holy Bhagavad Gita delivered straight to your email!
ମାୟିକ ଜଗତରେ, କୌଣସି ସ୍ତରର ପ୍ରାପ୍ତି ବ୍ୟକ୍ତିକୁ ପୂର୍ଣ୍ଣତଃ ସନ୍ତୁଷ୍ଟ କରିପାରେ ନାହିଁ । ଜଣେ ଦରିଦ୍ର ବ୍ୟକ୍ତି ଧନୀ ହେବା ପାଇଁ କଠିନ ପରିଶ୍ରମ କରେ ଏବଂ ଜଣେ କୋଟିପତି ହେଇ ପାରିଲେ ନିଜକୁ ସୁଖୀ ମନେକରେ । କିନ୍ତୁ ସେ ଯେତେବେଳେ ଜଣେ ଅର୍ବପତିକୁ ଦେଖେ, ତା’ ମନରେ ପୁନର୍ବାର ଅସନ୍ତୋଷ ଜାତ ହୁଏ । ଅର୍ବପତି ମଧ୍ୟ ତାଠାରୁ ଅଧିକ ଧନବାନ ବ୍ୟକ୍ତିକୁ ଦେଖି ଦୁଃଖିତ ହୋଇଥାଏ । ତେଣୁ ଆମେ ଯେତେ ମାତ୍ରାର ସୁଖ ପାଇଲେ ମଧ୍ୟ, ତା’ଠାରୁ ଅଧିକ ମାତ୍ରାର ସୁଖର କଳ୍ପନା କରି, ଅସନ୍ତୁଷ୍ଟ ରହିଥାଏ । କିନ୍ତୁ ଯୋଗସ୍ଥିତିରେ ଯେଉଁ ଆନନ୍ଦର ଅନୁଭବ ହୋଇଥାଏ, ତାହା ଭଗବାନଙ୍କର ଅନନ୍ତ ଆନନ୍ଦ ଅଟେ । ଯେହେତୁ ତାଠାରୁ ଶ୍ରେଷ୍ଠ ଅନ୍ୟ କିଛି ନାହିଁ, ସେହି ଅନନ୍ତ ଆନନ୍ଦର ଆସ୍ୱାଦନ କରି, ଆତ୍ମା ଅନୁଭବ କରିବା ସ୍ୱାଭାବିକ ଯେ ସେ ତା’ର ଲକ୍ଷ୍ୟସ୍ଥଳରେ ପହଞ୍ôଚଯାଇଛି ।
ଭଗବାନଙ୍କର ଦିବ୍ୟ ଆନନ୍ଦ ନିତ୍ୟ ମଧ୍ୟ ଅଟେ । ଯେଉଁ ଯୋଗୀ ଥରେ ଏହାକୁ ପ୍ରାପ୍ତ କରିନିଅନ୍ତି, ତାଙ୍କଠାରୁ ଏହାକୁ କେବେ ବି ଛଡ଼ାଇ ନିଆଯାଇ ପାରିବ ନାହିଁ । ଏପରି ଜଣେ ଭଗବତ୍-ପ୍ରାପ୍ତ ଜୀବାତ୍ମା, ଭୌତିକ ଶରୀରରେ ମଧ୍ୟ, ଦିବ୍ୟ ଚେତନାରେ ସ୍ଥିତ ରହନ୍ତି । ବେଳେ ବେଳେ ବାହ୍ୟରୂପରେ ଏହା ପ୍ରତୀତ ହୁଏ ଯେପରି କି ସନ୍ଥ ଜଣକ ଅସୁସ୍ଥତା, ବିରୋଧ, ପ୍ରତିକୁଳ ପରିବେଶ ଇତ୍ୟାଦି ଦ୍ୱାରା ଉତ୍ପିଡ଼ୀତ ହେଉଛନ୍ତି । କିନ୍ତୁ ଅଭ୍ୟନ୍ତରରେ ସେ ନିଜ ଦିବ୍ୟ ଚେତନାରେ ସ୍ଥିତ ରହି ଭଗବାନଙ୍କର ଦିବ୍ୟାନନ୍ଦ ପାନ କରିବାରେ ଲାଗିଥାଆନ୍ତି । ଏହିପରି ଭାବରେ ଅତିଶୟ କଷ୍ଟ ମଧ୍ୟ ଜଣେ ସନ୍ଥଙ୍କୁ ବିଚଳିତ କରିପାରେ ନାହିଁ । ଭଗବାନଙ୍କ ସହିତ ଯୋଗ ପ୍ରାପ୍ତ କରି, ସନ୍ଥମାନେ ଶାରୀରିକ ଚେତନାର ଊର୍ଦ୍ଧ୍ୱରେ ଥାଆନ୍ତି । ତେଣୁ ଶାରୀରିକ ପୀଡ଼ା ତାଙ୍କୁ ବିଚଳିତ କରେ ନାହିଁ । ସେଥିପାଇଁ ପୁରାଣରେ ଆମେ ଦେଖିବାକୁ ପାଇଥାଏ, କିପରି ପ୍ରହ୍ଲାଦଙ୍କୁ ସର୍ପମାନଙ୍କ ଘେରରେ ଫିଙ୍ଗି ଦିଆଯାଇଥିଲା, ଅସ୍ତ୍ରଦ୍ୱାରା ଆଘାତ କରାଯାଇଥିଲା, ଅଗ୍ନିରେ ଦହନ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ କୌଣସି ପ୍ରକାରର କଷ୍ଟ, ପ୍ରହ୍ଲାଦଙ୍କର ଭଗବାନଙ୍କ ସହିତ ଭକ୍ତିର ବନ୍ଧନକୁ ଛିଣ୍ଡାଇ ପାରି ନ ଥିଲା ।