Contact: +91 844 894 1008
bgwebsite_logo
Bhagavad Gita
The Song of God

Bhagavad Gita: Chapter 6, Verse 32

ଆତ୍ମୌପମ୍ୟେନ ସର୍ବତ୍ର ସମଂ ପଶ୍ୟତି ଯୋଽର୍ଜୁନ ।
ସୁଖଂ ବା ଯଦି ବା ଦୁଃଖଂ ସ ଯୋଗୀ ପରମୋ ମତଃ ।।୩୨।।

ଆତ୍ମøପମ୍ୟେନ- ନିଜ ସଦୃଶ; ସର୍ବତ୍ର -ସବୁଠାରେ; ସମଂ -ସମଭାବରେ; ପଶ୍ୟତି -ଦେଖେ; ଯଃ -ଯିଏ; ଅର୍ଜୁନ -ହେ ଅର୍ଜୁନ; ସୁଖଂ -ସୁଖ; ବା -କିମ୍ବା; ଯଦି -ଯଦି; ବା -କିମ୍ବା; ଦୁଃଖଂ - ଦୁଃଖ; ସଃ- ସେ; ଯୋଗୀ -ଯୋଗୀ; ପରମଃ -ଶ୍ରେଷ୍ଠ; ମତଃ -ବିବେଚିତ ।

Translation

BG 6.32: ସେହି ଯୋଗୀମାନଙ୍କୁ ମୁଁ ଶ୍ରେଷ୍ଠ ରୂପେ ବିବେଚିତ କରେ, ଯେଉଁମାନେ ସମସ୍ତ ପ୍ରାଣୀଙ୍କୁ ସମଦୃଷ୍ଟିରେ ଦେଖିଥାଆନ୍ତି ଏବଂ ଅନ୍ୟମାନଙ୍କର ସୁଖ ଦୁଃଖକୁ ନିଜର ମନେ କରି ପ୍ରତିକ୍ରିୟା ଦେଖାଇ ଥାଆନ୍ତି ।

Commentary

ଆମେ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ନିଜର ବୋଲି ବିଚାର କରିଥାଏ ଏବଂ ଯେ କୌଣସି ଅଙ୍ଗର ହାନିରେ ସମାନ ଭାବରେ ଚିନ୍ତିତ ରହିଥାଏ । ଯେ କୌଣସି ଗୋଟିଏ ଅଙ୍ଗର ହାନିକୁ, ନିଜର ହାନି ମନେ କରିଥାଏ । ସେହିପରି ଯେଉଁମାନେ ସମସ୍ତଙ୍କଠାରେ ଭଗବାନଙ୍କୁ ଦେଖନ୍ତି, ସେମାନେ ଅନ୍ୟର ସୁଖ ଦୁଃଖକୁ ନିଜର ମନେ କରନ୍ତି । ଏପରି ଯୋଗୀମାନେ ସମସ୍ତଙ୍କର ହିତାକାଂକ୍ଷୀ ଅଟନ୍ତି ଏବଂ ସେମାନେ ସମସ୍ତଙ୍କର ଆତ୍ୟନ୍ତିକ ଲାଭ ପାଇଁ ସର୍ବଦା ଚେଷ୍ଟିତ ଥାଆନ୍ତି । ଜଣେ ସିଦ୍ଧ ଯୋଗୀଙ୍କର ଏହା ହିଁ ସମଦର୍ଶନ (ଦୃଷ୍ଟିରେ ସମାନତା) ଅଟେ ।

Bookmark this Verse

Sign in to save your favorite verses.

Add a Note
Swami Mukundananda
6. ଧ୍ୟାନ ଯୋଗ

Quick Jump to Any Verse

Navigate directly to the wisdom you seek

Book with feather

Stay Connected!

Verse of the Day

Start your day with the timeless inspiring wisdom from the Holy Bhagavad Gita delivered straight to your email!

Thanks for subscribing to "Bhagavad Gita - Verse of the Day"!